Only for Entertainment

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତ୍ରୀ, ଭାଷଣର ଭିଡିଓ ହେଉଛି ଭାଇରାଲ

ndtv
0 49

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ଲେଖାଯାଇଥିବା ସଂଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ନିର୍ମିତ ଫିଲ୍ମର କାମ ଏବେ ଜୋରସୋରରେ ଚାଲିଛି । ମନମୋହ ସିଂଙ୍କ ଭୂମିକରେ ନଜର ଆସିଥିବା ଅନୁପମ ଖେର ନିଜର ସୁଟିଂ ଶେଷ କରିବା ଉପରେ । ସୁଟିଂ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଦର୍ଶକ ମଧ୍ୟ ସେଗୁଡିକୁ ପସନ୍ଦ କରିଛନ୍ତି । ତେବେ ଫିଲ୍ମରେ ସୋନିଆ ଗାନ୍ଧୀଙ୍କ ଭୂମିକାରେ କିଏ ନଜର ଆସିବେ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଏବେ ତାହା ଉପରୁ ପରଦା ଉଠି ସାରିଛି । ଜର୍ମାନ ଅଭିନେତ୍ରୀ ସୁଜେନ ବର୍ନଟଙ୍କୁ ସୋନିଆ ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ନିକଟରେ ସୁଜେନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ସୋନିଆ ଗାନ୍ଧୀଙ୍କ ଲୁକରେ ନଜର ଆସିଛନ୍ତି ଏବଂ ତାଙ୍କ ପରି ଭାଷଣ ମଧ୍ୟ ଦେଉଛନ୍ତି ।

 

No that’s not Sonia Gandhi! That’s German actress Suzanne Bernert’s audition clip for her role as the former INC chief for THE ACCIDENTAL PRIME MINISTER. ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀⠀⠀⠀ @tapmofficial @suzannebernert #SuzanneBernert #SanjayaBaru #BohraBros #VijayRatnakarGutte #Bollywood #TheAccidentalPrimeMinister #HansalMehta #AnupamKher #BollywoodFilm #Films #Filmy #Bolly #InstantBollywood #BollywoodNews #ComingSoon #FirstLook #BollywoodImages #BollywoodInstagram #InstagramBollywood #Audition #SoniaGandhi #IndianNationalCongress #INC #Film #AuditionTape

A post shared by Communiqué Film PR (@communiquefilmpr) on

ଏହା ପୂର୍ବରୁ ଫିଲ୍ମ ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଅନୁପମ ଖେର ମନମୋହନ ସିଂଙ୍କ ପରି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଦେଖିଲେ କେହି ମଧ୍ୟ ଅନୁପମ ଖେରଙ୍କୁ ଚିହିଁପାରିବେ ନାହିଁ ।

 


‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଉପରେ ଆଧାରିତ ଏହି ଫିଲ୍ମ ୨୧ ଡିସେମ୍ବରକୁ ରିଲିଜ ହେବ । ଏହାର ରିଲିଜ ଡେଟକୁ ୨୦୧୯ ଲୋକସଭା ନିର୍ବାଚନ ଆଗରୁ ରଖାଯାଇଥିବାରୁ ଏବାକୁ ନେଇ ଅନେକ ବିବାଦ ଦେଖାଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More