Only for Entertainment

ପୁଣିଥରେ ପରଦାରେ ଦେଖିବାକୁ ମିଳିବ କାର୍ତ୍ତିକ-ସନିଙ୍କ ସୁପରହିଟ ଯୋଡି, ଏହି ଫିଲ୍ମରେ ଆସିବେ ନଜର !

WION
19

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଓ ଅଭିନେତା ସନି ସିଂ ପୁଣିଥରେ ବଡ ପରଦାରେ ଏକାଠି ନଜର ଆସିବେ । ସୋନୁ କେ ଟିଟୁ କି ସ୍ୱିଟିରେ ଦୁଇ ଅଭିନେତା ଏକାଠି ନଜର ଆସିଥିଲେ ଏବଂ ଦୁହିଁଙ୍କୁ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଫିଲ୍ମ ସୋନୁ କେ ଟିଟୁ କି ସ୍ୱିଟିରେ ଦୁଇ ଅଭିନେତା ବେଷ୍ଟ ଫ୍ରେଣ୍ଡ ଭାବେ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ବିଜନେସ କରିଥିଲା । ଫିଲ୍ମରେ କାର୍ତ୍ତିକ ଏବଂ ସନିଙ୍କ ବ୍ୟତିତ ନୁସରତ ଭରୁଚା ମଧ୍ୟ ନଜର ଆସିଥିଲେ ।

ଏବେ ଶୁଣିବାକୁ ମିଳିଛି ଯେ କାର୍ତ୍ତିକ ଏବଂ ସନିଙ୍କ ସୁପରହିଟ ଯୋଡି ପୁଣିଥରେ ବଡ ପରଦାରେ ଦେଖିବାକୁ ମିଳିବ ।
ଖବର ଅନୁସାରେ କାର୍ତ୍ତିକ ଆର୍ୟନଙ୍କ ଆଗାମୀ ଫିଲ୍ମ ପତି ପତ୍ନୀ ଔର ୱେରେ ନିର୍ଦ୍ଦେଶକ ମୁଦସର ଅଜୀଜ ଏକ ସିଚୁଏସନ ଲାଇ ରଖିଛନ୍ତି । ଏହି ସିନରେ କାର୍ତ୍ତିକ ଏବଂ ସନି ଏକା ସହିତ ନଜର ଆସିପାରନ୍ତି । ଏହା ଏକ ମଜାଦାର ସିକ୍ୱନ୍ସ ହେବ । ଫିଲ୍ମରେ ସନି ଗେଷ୍ଟ ଆପିଅରାନ୍ସରେ ନଜର ଆସିବେ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କାର୍ତ୍ତିକ ଖୁବ ଶୀଘ୍ର ପତି ପତ୍ନୀ ଔର ୱେ ବ୍ୟତିତ ଭୁଲ ଭୁଲେୟା ୨ରେ ମଧ୍ୟ ନଜର ଆସିବେ । ସେହିଭଳି ସନି ଫିଲ୍ମ ଉଡତା ଚମନରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More