Only for Entertainment

ଏହି ରୋଗ କାରଣରୁ ନାନାବଟି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେଲେ ସୋନୁ ନିଗମ !

33

ଲକ୍ଷ ଲକ୍ଷ ଲୋକଙ୍କ ମନରେ ନିଜର ସ୍ୱରର ଯାଦୁରେ ମତୁଆଲା କରିଥିବା ସୋନୁ ନିଗମଙ୍କୁ ନାନାବଟି ହସ୍ପିଟାଲର ଆଇସିୟୁ’ରେ ଭର୍ତ୍ତି କରାଯାଇଛି । ରିପୋର୍ଟ ମୁତାବକ ଏକ ରୋଗ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ୱେବସାଇଟ ଏହି ଖବର ଦେଇଛନ୍ତି । ଏକ ରିପୋର୍ଟ ମୁତାବକ , ସୋନୁ ନିଗମ ବାନ୍ଦ୍ରା କୁର୍ଲା ସ୍ଥିତ ଏକ କମ୍ପେ୍ଲକ୍ସରେ କିଛି ଖାଉଥିଲେ, ଯେଉଁଠାରେ ତାଙ୍କ ମୁହଁରେ ଆଲର୍ଜି ସମସ୍ୟା ଦେଖାଦେଇଥିଲା । ଏହାପରେ ସେ ଆଂଟି ଆଲର୍ଜି ମେଡିସିନ ନେଇଥିଲେ । ଯାହାର କୌଣସି ଇଫେକ୍ଟ ଦେଖିବାକୁ ମିଳି ନଥିଲା । ଏହାପରେ ସେ ହସ୍ପିଟାଲ ଯିବା ଠିକ ଭାବିଥିଲେ ।

ରିପୋର୍ଟ ମୁତାବକ ନାନାବଟି ହସ୍ପିଟାଲ ପ୍ରଶାସନ ସୋନୁ ନିଗମଙ୍କୁ ଆଇସିୟୁରେ ରଖିବା ପାଇଁ ଠିକ ଭାବିଥିଲେ ଏବଂ ତୁରନ୍ତ ଚିକିତ୍ସା କରାଇଥିଲେ । ଦୁଇ ଦିନ ହସ୍ପିଟାଲରେ ରହିବା ପରେ ଏବେ ସୋନୁ ନିଗମଙ୍କ ଅବସ୍ଥାରେ ସୁଧାର ଆସିଛି । ହସ୍ପିଟାଲ କହିବା ମୁତାବକ ସୋନୁ ନିଗମ ଏବେ ସୁସ୍ଥ ହୋଇ ଓଡିଶାରେ ହେବାକୁ ଥିବା କନସର୍ଟ ପାଇଁ ଚାଲିଗଲେଣି ।
ସନ୍ଦେଶେ ଆତେ ହେଁ, କଲ ହୋ ନା ହୋ ଏବଂ ସୁରଜ ହୁଆ ମଧ୍ୟମ ଭଳି ଶାନଦାର ଗୀତ ଗାଇ ବଲିଉଡରେ ନିଜର କାୟା ବିସ୍ତାର କରିଥିବା ସୋନୁ ଷ୍ଟେଜ ପ୍ରୋଗ୍ରାମ ଏବଂ ବିବାହ ପାର୍ଟିରେ ଗୀତ ଗାଇ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୪ବର୍ଷ ବୟସରେ ଗାଇବା ଆରମ୍ଭ କରିଥତିବା ସୋନୁ ନିଗମ ଫିଲ୍ମରେ ଗାଇବା ସ୍ୱପ୍ନ ନେଇ ମୁମ୍ବାଇ ପହଂଚିଥିଲେ ଏବଂ ସେଠାରେ ସେ ମହମ୍ମଦ ରଫିଙ୍କ ଗୀତ ଗାଇ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More