Only for Entertainment

ଛୁଆଙ୍କ ଭଳି ବାଣ ଫୁଟାଇ ପାକ୍‌କୁ ଚିଡ଼ାଅ ନାହିଁ ବୋଲି ପରାମର୍ଶ ଦେଲେ ସିଙ୍ଗର ସୋନୁ ନିଗମ !

483

ପୁଲଓ୍ଵାମା ଆକ୍ରମଣ ଏବଂ ଏହାର ଜବାବ ଦେବାକୁ ଯାଇ ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଏବେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହୋଇଛି । ଭାରତ-ପାକ୍‌ ସୀମାରେ ଦୁଇ ଦେଶ ମଧ୍ୟରେ ଗୁଳି ବର୍ଷା ଲାଗି ରହିଥିବା ବେଳେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ହେବାର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ଏକା ସାଙ୍ଗରେ ଦୁଇଟି ସଫଳତା ପାଇବା ପରେ ଏବେ ଭାରତବାସୀ ଖୁସିକୁ ପାଳନ କରୁଥିବା ଦେଖାଯାଇଛି ।

ଏୟାର ଷ୍ଟ୍ରାଇକ୍‌ କରି ୩୦୦ଆତଙ୍କବାଦୀଙ୍କୁ ନିହତ କରିବା ପରେ ପରେ ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବାର ସଫଳତାକୁ ଦେଖି ଏବେ ସାରା ଭାରତବାସୀ ନିଜ ଖୁସିକୁ ପାଳନ କରିବା ସହ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ଦେଖା ଯାଇଛି । ଯାହାକୁ ଦେଖି ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଭାରତବାସୀଙ୍କୁ ଏକ ଉପଦେଶ ଦେଇଛନ୍ତି ।

“ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ମୁଁ ଯୁଦ୍ଧର ସପକ୍ଷରେ ନୁହେଁ । କିନ୍ତୁ ଦେଶ ଯାହା ବି ନିଷ୍ପତ୍ତି ନେବ, ଆମେ ତାଙ୍କୁ ସମର୍ଥନ କରିବା । ଏତେ ଦିନ ପରେ ଆତଙ୍କବାଦ ବିରୋଧରେ କିଛି ଗୋଟେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଏହି ଖୁସିକୁ ବାଣ ଫୁଟାଇ ପାଳନ୍ତୁ ନାହିଁ । ଏହା ଦ୍ୱାରା ପାକିସ୍ତାନ ଚିଡ଼ିବା ସହ ଆଉ ଏକ ନୂଆ ଚକ୍ରାନ୍ତ କରିବ । ଏଭଳି ହେଲେ ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି, ତାହାର ଅନ୍ତ ହେବ ନାହିଁ” ବୋଲି ୟୁଟ୍ୟୁବ୍‌ରେ ଭିଡିଓ ପୋଷ୍ଟ କରି କହିଛନ୍ତି ସୋନୁ । ଏହା ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More