Only for Entertainment

‘ପାକିସ୍ତାନୀ ହୋଇଥିଲେ ଭଲ ହୋଇଥାନ୍ତା’, ଏହି ବୟାନ ଉପରେ ସଫେଇ ଦେଲେ ସୋନୁ ନିଗମ ।

The Week
32

ବଲିଉଡ ଗାୟକ ସୋନୁ ନିଗମ ନିକଟରେ ମ୍ୟୁଜିକ କମ୍ପାନୀ ଗୁଡିକ ଭାରତୀୟ ଏବଂ ପାକିସ୍ତାନୀ ଗାୟକଙ୍କ ମଧ୍ୟରେ ମତଭେଦ କରୁଥିବା ମନ୍ତବ୍ୟ ଦେଇ ବିବାଦକୁ ଚାଲିଆସିଛନ୍ତି । ଆଜତକର ଏକ କାର୍ଯ୍ୟକ୍ରମରେ ସୋନୁ କହିଥିଲେ, ଯଦି ମୁଁ ପାକିସ୍ତାନୀ ହୋଇଥାନ୍ତି ତେବେ ଖୁବ ଭଲ ହୋଇଥାନ୍ତା । ଏହି ମନ୍ତବ୍ୟ ଜୋର ଧରିବା ପରେ ସୋନୁ ପତ୍ରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବୟାନକୁ ପତ୍ରକାରମାନେ ଭିନ୍ନ ଭାବରେ ପ୍ରକାଶ କରିଛି ।

ସୋନୁ ଫେସବୁକରେ ପୋଷ୍ଟ କରି କହିଥିଲେ, କେବେ କେବେ ହେଡଲାଇନକୁ ଆକର୍ଷଣୀୟ କରିବା ପାଇଁ ପତ୍ରକାର ବାସ୍ତବିକ କମେଣ୍ଟକୁ ଛାଡି ଦେଇଥାନ୍ତି । ଆଜତକ ସମିଟ ଖୁବ ଭଲ ଥିଲା କିନ୍ତୁ ଦେଖନ୍ତୁ କିଛି ଲୋକେ ଏହାକୁ କେଉଁଠିକୁ ନେଇ ଗଲେଣି ।

କହିରଖୁଛୁ ଯେ, ସୋନୁ ନିଗମ ‘ଆଜତକ ସମିଟ’ରେ ଯୋଗ ଦେଇ କହିଥିଲେ, ‘‘ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଭାରତରେ ଆସି କାମ କରିବାକୁ କୌଣସି ଅତିରିକ୍ତ ଫିସ୍ ଦେବାକୁ ପଡ଼େ ନାହିଁ। କିନ୍ତୁ ମ୍ୟୁଜିକ୍ କମ୍ପାନୀ ଭାରତୀୟ କଣ୍ଠଶିଳ୍ପୀଙ୍କଠାରୁ ଖୁବ୍ ଅଧିକ ଟଙ୍କା ଲୁଟିଥାନ୍ତି। ସୋନୁ ଖୁଲାସା କରିଛନ୍ତି ଯେ, ଭାରତୀୟ ଗାୟକ ଗୀତ ପାଇଁ ମ୍ୟୁଜିକ୍ କମ୍ପାନୀମାନଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ଯେତେବେଳେ ସେ କମ୍ପାନୀର ଇଚ୍ଛା ମୁତାବକ ଅର୍ଥ ଦେବାକୁ ରାଜି ହୁଅନ୍ତି ସେତେବେଳେ ହିଁ ତାଙ୍କୁ ଗୀତ ଗାଇବାକୁ ଓ ପ୍ରମୋଟ୍ କରିବାକୁ ଅନୁମତି ମିଳିଥାଏ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏବେ ଏମିତି ସ୍ଥିତି ହୋଇଗଲାଣି ଯେ, ସିଙ୍ଗରମାନଙ୍କୁ ନିଜ ଶୋ’ ପାଇଁ ମ୍ୟୁଜିକ୍ କମ୍ପାନୀକୁ ଟଙ୍କା ଦେବାକୁ ପଡ଼ିଥାଏ। ହେଲେ ପାକିସ୍ତାନୀ ଗାୟକଙ୍କ ସହ ସେମିତି ହେଉ ନ ଥିବା ବେଳେ ଭାରତୀୟ କଣ୍ଠଶିଳ୍ପୀ ଏପରି ସ୍ଥିତି କାହିଁକି ଭୋଗିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ନିର୍ଦ୍ଦେଶକ, ନିର୍ମାତା, ଗାୟକ ଗୀତ ନିର୍ମାଣ କରୁଥିଲେ।। ଆଜିକାଲି ମ୍ୟୁଜିକ୍ କମ୍ପାନୀ ନିର୍ମାଣ କରୁଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More