Only for Entertainment

ସୋନୁ ନିଗମଙ୍କ ବୟାନ : ୨୫ ବର୍ଷ ପୂର୍ବ ତୁଳନାରେ ଏବେ ମୁଁ ଅଧିକ ଭଲ ଗାଉଛି

The Week
21

ବଲିଉଡ ପ୍ଲେବ୍ୟାକ ସିଙ୍ଗର ସୋନୁ ନିଗମଙ୍କ କହିବା ଅମୁସାରେ ଶିଖିବାର ଇଚ୍ଛା କାରଣରୁ ସେ ୨୫ ବର୍ଷ ପୂର୍ବ ତୁଳନାରେ ଏବେ ଅଧିକ ଭଲ ଗାଉଛନ୍ତି । ପୂର୍ବ ଅପେକ୍ଷା ଏବେ ସେ ଭଲ ଭିନ୍ନ ଧରଣର ଗାୟକ ହୋଇପାରିଛନ୍ତି । ‘ସନ୍ଦେଶେ ଆତେ ହେଁ’, ‘ଆଖିୟୋଁ ସେ ଗୋଲି ମାରେ’, ‘ସାଥିୟା’ ପରି ଗୀତରେ ନିଜର ଭଏସ ହେଇଥିବା ଏହି ଗାୟକ କହିଛନ୍ତି ଯେ, ଜରୁରୀ ନୁହେଁ ଯେ ଗୁରୁ କେବଳ ନିଜ ଠାରୁ ବଡ ବ୍ୟକ୍ତି ହିଁ ହୋଇପାରିବେ ।

ସୋନୁ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ଆପଣଙ୍କ ପାଖରେ ବିନମ୍ରତା, ହୃଦୟ ଏବଂ ଆତ୍ମା ଥିବ ତେବେ ଆପଣ ଯେକୌଣସି ଯୁବାଙ୍କ ଠାରୁ ଶିଖିପାରିବେ । ଆମେ ଆମର ସସ୍ତିଷ୍କକୁ ନୂଆ ଜିନିଷ ଶିଖିବା ପାଇଁ ସବୁବେଳେ ପ୍ରସ୍ତୁତ ରଖିବା ଦରକାର । ଯେଉଁ ଲୋକେ କହୁଛନ୍ତି ଆମ ସମୟରେ ସବୁ ଭଲ ଥିଲା ସେ ପରି ଲୋକେ ଜୀବନରେ ଶୁଖି ହୋଇପାରନ୍ତି ନାହିଁ । ତେଣୁ ଆମେ ସଂମସ୍ତଙ୍କ ଠାରୁ କିଛି ନା କିଛି ଶିଖିବା ଦରକାର ।

ସୋନୁ ଏହା ମଧ୍ୟ କହିଥିଲେ ଯେ, ୨୫ ବର୍ଷ ପୂର୍ବ ତୁଳନାରେ ସେ ଏବେ ଆହୁରି ଭଲ ଗାଉଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ୪୦ ବର୍ଷ ହେବ ସେ ମଂଚରେ ଗୀତ ଗାଉଛନ୍ତି କିନ୍ତୁ ଅହଙ୍କାରକୁ ନିଜ ଉପରେ ଭାରି ହେବାକୁ ଦେଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More