Only for Entertainment

ସି ଫୁଡ ଖାଇବା ପରେ ହୋଇଥିଲା ସୋନୁଙ୍କ ଅବସ୍ଥା ଖରାପ, ସାମ୍ନାକୁ ଆସିଲା ଫଟୋ !

33

ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ସି ଫୁଡ୍‌ ଖାଇବା ମହଙ୍ଗା ପଡ଼ିଛି । ଖାଇବା ପରେ ପରେ ତାଙ୍କର ଗୋଟେ ଆଖି ଫୁଲି ଯାଇଥିବା ଦେଖା ଯାଇଛି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନୁ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟେ ଫଟୋରେ ସୋନୁଙ୍କ ଆଖି ଫୁଲିଥିବା ଦେଖା ଯାଇଥିବା ବେଳେ ଆଉ ଏକ ଫଟୋରେ ସୋନୁ ଆଇସିୟୁରେ ଭର୍ତ୍ତିଥିବା ଦେଖା ଯାଇଛି । ଫଟୋ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକ ଫଟୋ ଉପରେ ନିଜ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ । ପରେ ପ୍ରଶଂସକମାନଙ୍କ ଚିନ୍ତା ଦେଖି ସୋନୁ ତାଙ୍କୁ ନିଜ ଇନ୍‌ଷ୍ଟା ଆକାଉଣ୍ଟରୁ ଧନ୍ୟବାଦ୍‌ ଜଣାଇଥିବା ଦେଖା ଯାଇଛି ।

ସୂଚନା ମୁତାବକ, ସୋନୁ ନିଗମଙ୍କୁ ସି ଫୁଡ୍‌ରୁ ଆଲର୍ଜି ଥିବା ବେଳେ ସେ ଜାଣି ଶୁଣି ସି ଫୁଡ୍‌ ଖାଇ ଦେଇଥିଲେ । ଯାହା ପରେ ତାଙ୍କ ଆଖି ହଠାତ୍‌ ଫୁଲିବାକୁ ଲାଗିଥିଲା । ତୁରନ୍ତ ତାଙ୍କୁ ନାନାବତୀ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯିବା ପରେ ସେ ଏବେ ସୁସ୍ଥ ଥିବା ଜଣା ପଡ଼ିଛି । ନିଜେ ଜାଣି ଜାଣି ଯେଉଁ ଭୁଲ କରିଛନ୍ତି, ସେଭଳି ଭୁଲ ତାଙ୍କ ପ୍ରଶଂସକମାନେ ଯେମିତି ନ କରନ୍ତୁ,ସେ ନେଇ ଉପଦେଶ ଦେଇଛନ୍ତି ସୋନୁ ନିଗମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More