Only for Entertainment

ସୁସ୍ଥ ହେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ନିଗମ !

59

ପ୍ରସିଦ୍ଧ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଘଣ୍ଟାଏରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ରହିଥିବା ବେଳେ ଜନସାଧାରଣଙ୍କ ଗହଣରେ ମଧ୍ୟ କିଛି ସମୟ ବିତାଇଥିଲେ। ପରେ ସେ ଶ୍ରୀମନ୍ଦିର ସମ୍ମୁଖ ଏକ ହୋଟେଲରେ ମହାପ୍ରସାଦ ସେବନ କରିଥିଲେ। ସୋମବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ସୋନୁ ନିଗମ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିବା ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଶ୍ରୀମନ୍ଦିରରୁ ଫେରିଥିଲେ।

ଏହି ଅବସରରେ ପ୍ରଶଂସକମାନେ ତାଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ସୂଚନା ନଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଦୀପ ଚାଟାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ‌ଷ୍ଟେଜ୍ ସୋ’ ପରେ ସୋନୁ ନିଗମ ଫୁଡ୍‌ ପଏଜନିଂ କାରଣରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More