Only for Entertainment

ଫିଲ୍ମ ‘ମରେନେ ଭି ଦୋ ୟାରୋଁ’ରୁ ସାମ୍ନାକୁ ଆସିଲା ସୋନୁ ନିଗମଙ୍କ ‘ଏ ଦିଲ ଜରା’, ଦେଖନ୍ତୁ ଭିଡିଓ

latestly
17

ବଲିଉଡ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ଋଷଭ ଚୌହାନ ଏବେ ନିଜର ଆଗାମୀ ଫିଲ୍ମ ‘ମରନେ ଭି ଦୋ ୟାରୋଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମକ ନିର୍ଦ୍ଦେଶନା କଶ୍ମୀରା ଶାହ କରିଥିବା ବେଳେ ଏହାକୁ ନିର୍ମାଣ କରିଛନ୍ତି କୃଷ୍ଣା ଅଭିଷେକ । ଏବେ ଫିଲ୍ମ ର ତୃତୀୟ ଗୀତ ‘ଏ ଦିଲ ଜରା’ ରିଲିଜ ହୋଇଛି ।

ରିଲିଜ ହୋଇଥିବା ଏହି ଗୀତରେ ସୋନୁ ନିଗମଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଏହି ଗୀତକୁ ଗ୍ରୀସରେ ସୁଟ କରାଯାଇଛି । ଋଷିଭ ବଲିଉଡ ଡେବ୍ୟୁ କରୁଥିବା ବେଳେ ସୋନୁ ନିଗମ ତାଙ୍କ ପାଇଁ ଗୀତ ଗାଇଥିବା ଏହା କୌଣସି ସୌଭାଗ୍ୟ ଠାରୁ କମ ନୁହେଁ । ଏହାକୁ ନେଇ ଋଷଭ ଖୁବ ଖୁସି ଥିବା କହିଛନ୍ତି ।

ଫିଲ୍ମରେ ଋଷଭ ଚୌହାନ , କଶ୍ମୀରା ଶାହ, କୃଷ୍ଣା ଅଭିଷେକଙ୍କ ବ୍ୟତିତ କିଶୋର ମର୍ଚେଣ୍ଟ, ରାଜେଶ ପୁରୀ, କିରଣ କୁମାର ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୫ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More