Only for Entertainment

ରିଲିଜ ହେଲା ସୁରଜ ପଂଚୋଲୀଙ୍କ ଅଭିନୀତ ରୋମାଂଟିକ ମ୍ୟୁଜିକ ଭିଡିଓ ‘ଡିମ ଡିମ ଲାଇଟ’ !

109

ରିଲିଜ ହେଲା ରାହୁଲ ଜୈନଙ୍କ କଣ୍ଠରୁ ରୋମାଂଟିକ ମ୍ୟୁଜିକ ଭିଡିଓ ‘ଡିମ ଡିମ ଲାଇଟ’ । ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ । ଏହି ସୁନ୍ଦର ଗୀତରେ ନଜର ଆସିଛନ୍ତି ସୁରଜ ପଂଚୋଲି ଏବଂ ଲରିସା ବୋନେସି । ଗୀତରେ ନିର୍ଦ୍ଦେଶନା ଏବଂ କୋରିଓଗ୍ରାଫି ଭାର ତୁଲାଇଛନ୍ତି ମୁଦ୍ଦଶର ଖାନ । ଏହା ପ୍ରେମୀ ଯୁଗଳଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ସୁରଜ ପଂଚୋଲିଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କ ଅପକମିଂ ଫିଲ୍ମ ‘ସେଟେଲାଇଟ ଶଙ୍କର’ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ଏବଂ ଏହି ଫିଲ୍ମରେ ସେ ଜଣେ ସୈନିକ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ୧୫ନଭେମ୍ବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More