Only for Entertainment

ରିଲିଜ ହେଲା ‘ସାଟେଲାଇଟ ଶଙ୍କର’ର ଦମଦାର ଟ୍ରେଲର, ଦେଶକୁ ସଂଯୋଗ କରୁଥିବା ନଜର ଆସିଲେ ଜଣେ ସୈନିକ !

13

ଅଭିନେତା ସୁରଜ ପଂଚୋଲୀଙ୍କ ଅପକମିଂ ଫିଲ୍ମ ସାଟେଲାଇଟ ଶଙ୍କର’ର ଟ୍ରେଲର ରିଲିଜ ହୋଇଛି । କିଛି ସମୟ ପୂର୍ବେ ହିଁ ୟୁଟ୍ୟୁବରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା । ଅନେକ ଥର ରିଲିଜ ତାରିଖ ବଦଳିବା ପରେ ଏବେ ଫାଇନାଲି ବକ୍ସଅଫିସରେ ଏହି ଫିଲ୍ମ ଧମାଲ ମଚାଇବା ପାଇଁ ପ୍ରସ୍ତୁତ ହୋଇ ଆସିଲାଣି । ଏହି ଫିଲ୍ମର ଟ୍ରେଲର ଖୁବ ଦମଦାର ରହିଛି ।

ଏହି ଟ୍ରେଲରରେ କାଶ୍ମୀରର ଘଂଚ ଜଙ୍ଗଲ ଠାରୁ ନେଇ ବର୍ଡର ପର୍ଯ୍ୟନ୍ତ ହେଉଥିବା ସଂଘର୍ଷ ଦେଖିବାକୁ ମିଳିବ ଏବଂ ଏହାସହ ଦେଶ ମଧ୍ୟରେ ବିଚ୍ଛେଦ ମଧ୍ୟ ଦେଖିବାକୁ ମିଳିବ । ସେହିଭଳି ଲୋକଙ୍କ ମଧ୍ୟରେ ଏହି ଦୂରତା ଏବଂ ଘୃଣାକୁ ଦୂର କରିବା ପାଇଁ ସୈନ୍ୟଙ୍କ ଦ୍ୱାରା ହେଉଥିବା ପ୍ରୟାସ ଦେଖିବାକୁ ମିଳିବ । ଦେଖନ୍ତୁ ଫିଲ୍ମର ଟ୍ରେଲର-


ସାଟେଲାଇଟ ଶଙ୍କର ନାଁରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଦିତ୍ୟ ପଂଚୋଲୀଙ୍କ ପୁଅ ସୁରଜ ପଂଚୋଲୀ । ଏବେ ପର୍ଯ୍ୟନ୍ତ ଫିଲ୍ମର ଅନେକ ପୋଷ୍ଟର ଏବଂ ଟିଜର ରିଲିଜ ହୋଇସାରିଲାଣି, ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ସେହିଭଳି ଏବେ ଏହି ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବାରେ ଲାଗିଛି ।

ଏହି ଫିଲ୍ମରେ ଇରଫାନ କମଲ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ମୁରାଦ ଖେତାନୀ ଏବଂ ଆଶ୍ୱିନ ବର୍ଦେ ଏହାକୁ ପ୍ରଯୋଜନା କରିଛନ୍ତି । ଫିଲ୍ମରେ ସୁରଜ ପଂଚୋଲୀଙ୍କ ବିପକ୍ଷରେ ଅଭିନେତ୍ରୀ ମେଘା ଆକାଶ ନଜର ଆସିଛନ୍ତି । ଏହି ଫିଲ୍ମ ବକ୍ସଅଫିସରେ ୧୫ନଭେମ୍ବର ୨୦୧୯ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More