Only for Entertainment

ଏହି ରୋଗରେ ପିଡ଼ିତ ଅଛନ୍ତି ଗୋରୀ ମ୍ୟାମ । ଶୋ ଛାଡ଼ିବେ କି?

charmboard.com
0 71

ଭାବିଜୀ ଘର ପର ହୈ ଟିଭିର ଏକ ପପୁଲାର ଶୋ । ଯାହା ପ୍ରତି ସୋମବାରରୁ ଶୁକ୍ରବାର ରାତି ୧୦ଟା ୩୦ରେ ଆଣ୍ଡ ଟିଭିରେ ପ୍ରସାରିତ ହୋଇଥାଏ ଏବଂ ଦର୍ଶକଙ୍କର ଭରପୂର ମନୋରଂଜନ କରିଥାଏ । ଶୋ’ର ସସସ୍ତ ଚରିତ୍ର ଅଭିନୟ କ୍ଷେତ୍ରରେ କେହି କାହାଠାରୁ କମ ନୁହଁନ୍ତି । ଶୋ’କୁ ନେଇ ଏକ ନୂଆ ଖବର ଆସିଛିଯେ ଶୋ’ରେ ଗୋରୀ ମ୍ୟାମ ଅର୍ଥାତ ଅନିତା ଭାଉଜ ଚରିତ୍ରରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ ଶୋ ଛାଡ଼ିବେ । କାରଣ ସେ ହେପାଟାଇଟିସ ରୋଗରେ ପିଡ଼ିତ ।

ସିରିଅଲର ପ୍ରଡ୍ୟୁସରଙ୍କ କହିବା ଅନୁସାରେ ଏହା କେବଳ ଉଡ଼ା କଥା । ସୌମ୍ୟା ହେପାଟାଇଟିସରେ ପିଡ଼ିତ ଥିଲେ ଏବଂ ସେ ଚିକିତ୍ସିତ ହେଉଥିଲେ,ତେବେ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ସୁଟିଂକୁ ଫେରିବେ ।

ଏହା ପୂର୍ବରୁ ସିଲ୍ପା ସିନ୍ଦେ ଅଙ୍ଗୁରୀ ଭାଉଜ ଚରିତ୍ରରେ ନଜର ଆସୁଥିଲେ ଏବଂ ସେ ସିରିଅଲର ପ୍ରଡ୍ୟୁସର ବିକାଶ ଗୁପ୍ତାଙ୍କ ସହିତ ବିବାଦ ହୋଇ ଶୋ ଛାଡ଼ିଥିଲେ ଏବଂ ତାଙ୍କ ନାମରେ ଯୌନ ଉତ୍ପିଡ଼ନର କେସ ଦେଇଥିଲେ । ସେ ଶୋ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଶୁଭାଙ୍ଗୀ ଅତ୍ରେ ନଜର ଆସୁଛନ୍ତି । ଅବଶ୍ୟ ୩ ବର୍ଷ ପରେ ବିକାଶ ଏବଂ ସିଲ୍ପା ବିଗବସ ୧୧ରେ ନଜର ଆସିଥିଲେ । ପୂର୍ବ ଥର ଭଳି ଯଦି ପୁଣିଥରେ ସୌମ୍ୟା ଶୋ ଛାଡ଼ନ୍ତି ତେବେ ନିହାତି ଭାବରେ ଶୋ’ର ଟିଆରପି ଉପରେ ଖରାପ ପ୍ର୍ରଭାବ ପଡ଼ିବ । ତେବେ ପ୍ରଡ୍ୟୁସର ଏହା କନଫର୍ମ କରିଛନ୍ତିଯେ ସୌମ୍ୟା ଶୋ ଛାଡ଼ିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More