Only for Entertainment

ସାଉଥ ଅଭିନେତା ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଗୋଡାଇ ଗୋଡାଇ ପିଟିଲେ, ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ !

Telugu Bullet
47

ନିଜ କାର୍ଯ୍ୟକଳାପକୁ ନେଇ ସବୁ ବେଳେ ବିବାଦରେ ରହୁଥିବା ସାଉଥ୍‌ ଷ୍ଟାର ତଥା ଟିଡିପି ବିଧାୟକ ନନ୍ଦମୁରୀ ବାଲାକୃଷ୍ଣ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି । ୨୦୧୯ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସେ ପୁଣି ଥରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଥିବା ବେଳେ ନିଜର ସମର୍ଥକଙ୍କୁ ମାଡ଼ ମାରିବା ଘଟଣା ତାଙ୍କୁ ବିବାଦକୁ ଟାଣି ଆଣିଛି । ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ସେ ନିଜ ସମର୍ଥକଙ୍କ ମାଡ଼ ମାରୁଥିବା ଦେଖା ଯାଇଛି ।

ସୂଚନା ମୁତାବକ, ହିନ୍ଦୁପୁର ବିଧାନସଭା ଆସନ ପାଇଁ ଲଢ଼ୁଥିବା ନନ୍ଦମୁରୀ ବାଲାକୃଷ୍ଣ ବିଜୟନଗରମ୍‌ ଜିଲ୍ଲାରେ ନିର୍ବାଚନୀ ରାଲିରେ ଭାଗ ନେଇଥିଲେ । ଏ ସମୟରେ ନନ୍ଦମୁରୀ ବାଲାକୃଷ୍ଣ କୌଣସି କଥା ପାଇଁ ରାଗିଯିବାରୁ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ୪୯ସେକେଣ୍ଡର ଭିଡିଓରେ ସେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଭିଡିଓଟି ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଦଳ ପକ୍ଷରୁ ଟୁଇଟ୍‌ରରେ ସେୟାର ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More