Only for Entertainment

ଗାଡିରେ ବସି ଜୀବଜନ୍ତୁଙ୍କ ଫଟୋ ଉଠାଉଥିବା ବେଳେ, ହାତୀ ରାଗରେ କଲା କିଛି ଏଭଳି ଭିଡିଓ ହେଲା ଭାଇରାଲ !

ndtv
57

ହାତୀକୁ ସବୁଠାରୁ ବୁଝିବା କ୍ଷମତା ଥିବା କ୍ରିଏଚର ବୋଲି ଦର୍ଶାଯାଇଛି । ଏପରିକି ରିସର୍ଚ୍ଚରେ କୁହାଯାଇଛି ଯେ ହାତୀ କୁକୁର ମାନଙ୍କ ଠାରୁ ମଧ୍ୟ କ୍ୟୁଟ ଅଟନ୍ତି । ମାତ୍ର କେବେ କେବେ ହାତୀ ମଧ୍ୟ ଭୟଙ୍କର ସାବ୍ୟସ୍ତ ହୋଇଥାଏ । ଯଦି କେହି ତାଙ୍କ ଇଲାକାରେ ପଶି ଯାଏ ତେବେ ବହୁତ ରାଗନ୍ତି । ସାଉଥ ଆଫ୍ରିକାରେ କିଛି ୟୁରୋପ ଏବଂ ଜାପାନର ଟୁରିଷ୍ଟ ଜଙ୍ଗଲ ବୁଲିବା ପାଇଁ ସଫାରୀରେ ଯାଇ ଫଟୋ ଉଠାଉଥିଲେ ।
ସଫାରୀ ଜରିଆରେ ଯେତେବେଳେ ସେମାନେ ହାତୀ ପାଖରେ ପହଂଚିଲେ ଅଟକି ଫଟୋ ନେବାକୁ ଲାଗିଲେ । ଗୋଟେ ହାତୀ ରାଗି ଯାଇ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଛି । ଗାଡିରେ ବସିଥିବା ସମସ୍ତ ଟୁରିଷ୍ଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭିଡିଓ ଆପଣ ଦେଖି ପାରୁଥିବେ ଯେ ହାତୀ କିଭଳି ସବୁକିଛି ଭୂଲି ରାଗରେ ଗାଡି ଉପରକୁ ଆକ୍ରମଣ କରୁଛି । ଗାଡିକୁ କିିଛି ମାତ୍ରାରେ ଭାଙ୍ଗି ମଧ୍ୟ ଦେଇଛି । ଫେସବୁକରେ ଏହି ଭିଡିଓ ଶେୟାର କରାଯାଇଛି । ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ ଏବଂ କିଛି କ୍ଷଣ ପରେ ହାତୀର ରାଗ ମଧ୍ୟ ଶାନ୍ତ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More