Only for Entertainment

ଏହି କାରଣ ପାଇଁ ନିଜ ଫିସ୍ କମାଇଲେ ରଜନୀକାନ୍ତ !

scroll
38

ସୁପରଷ୍ଟାର ରଜନୀକାନ୍ତ ‘ଗଜନୀ’,‘ଅକିରା’,‘ହଲିଡେ’ଆଦି ଫିଲ୍ମର ନିର୍ଦ୍ଦେଶକ ଏଆର୍‍ ମୁରୁଗାଦୋଶଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଯଦିଓ ଏହି ଫିଲ୍ମକୁ ନେଇ ଅଫିସିଆଲ ଘୋଷଣା ହୋଇନାହିଁ କି ଫିଲ୍ମର ନାମ ଚୂଡାନ୍ତ ହୋଇନାହିଁ ତେବେ କୁହାଯାଉଛି ଯେ, ଏହି ଫିଲ୍ମ ପାଇଁ ରଜନୀକାନ୍ତ ନିଜ ପାରିଶ୍ରମିକ ହ୍ରାସ କରିଛନ୍ତି । ମୁରୁଗାଦୋଶଙ୍କ ଦ୍ୱାରା ବନୁଥିବା ଏହି ଫିଲ୍ମକୁ ନିର୍ମା ପ୍ରଡକସନ୍‍ ପ୍ରସ୍ତୁତି କରୁଛି । ନିର୍ମା ପ୍ରଡକସନ୍‍ ହେଉଛି ସେହି ସଂସ୍ଥା ଯାହା ସହ ମିଶି ରଜନୀକାନ୍ତ ନିଜ କ୍ୟାରିୟରର ସବୁଠୁ ମହଙ୍ଗା ଫିଲ୍ମ ୨.୦ ନିର୍ମାଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୫୦୦କୋଟିରୁ ଅଧିକ ଆୟ କରିଥିଲେ ମଧ୍ୟ ଏହାକୁ ସୁପରହିଟ୍‍ ଫିଲ୍ମ କୁହାଯାଉନାହିଁ ।

Rajinikanth

ଫିଲ୍ମ ୨.୦ ଆଶା ଅନୁସାରେ ଆୟ କରିପାରିନଥିବା କାରଣରୁ ରଜନୀକାନ୍ତ ମୁରୁଗାଦୋଶଙ୍କ ନିର୍ଦ୍ଦେଶନାରେ ବନିବାକୁ ଯାଉଥିବା ଆଗାମୀ ଫିଲ୍ମରେ ନିଜ ଫିସ୍‍କୁ ହ୍ରାସ କରିଛନ୍ତି । କୌଣସି ଫିଲ୍ମ ପାଇଁ ଫିସ୍‍ ହ୍ରାସ କରିବା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ନିଷ୍ପତି ଭାବେ ଦେଖାଯାଉଛି । ନିକଟରେ ଖବର ଆସିଥିଲା ଯେ,ଏହି ଫିଲ୍ମର ନାମ ‘ନାରକାଲି’(ଦ ଚେୟାର) କୁହାଯାଉଥିଲା । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ମୁରୁଗାଦୋଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More