Only for Entertainment

ଧନୁଷଙ୍କ ବଡା ଚେନ୍ନାଇ ଫିଲ୍ମ ଲିକ, ଧଡାଧଡ଼ ଡାଉନଲୋଡ କରୁଛନ୍ତି ଲୋକେ !

45

ସାଉଥ ସୁପରଷ୍ଟାର ଧନୁଷଙ୍କ ଫିଲ୍ମ ବଡା ଚେନ୍ନାଇ ଅନଲାଇନ ଲିକ ହୋଇଛି । ପାୟରେସି ୱେବସାଇଟ ତାମିଲରକର୍ସଙ୍କ ପାଇଁ ଏଭଳି ହୋଇଛି । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ଲିକ ହେବା କାରଣରୁ ହୁଏତ ବ୍ୟବସାୟରେ ବାଧା ଦେଇପାରେ । ଏହି ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି ବେନୀ ମାରନ । ଆମୀର, ଆଣ୍ଡ୍ରେୟା ଜେରେମିହା, କିଶୋର, ସମୁଠିଆରକଣି ଏବଂ ପବନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଗ୍ୟାଙ୍ଗଷ୍ଟର କାହାଣୀ ଉପରେ ଆଧାରିତ ।

ରିଲିଜ ପୂର୍ବ ଦିନରୁ ହିଁ ଏହି ଫିଲ୍ମର ଭଲ ଓପନିଂ ହୋଇଥିଲା । ଫିଲ୍ମ ଅସଲି ଲୋକେସନରେ ସୁଟ କରାଯାଇଛି । ଫିଲ୍ମ କାହାଣୀ ସେ ସମୟର ରହିଛି ଯେଉଁ ସମୟରେ ଏମଜିଆରଙ୍କ ମୃତ୍ୟୁ ହୋଇଥିଲା  ଏବଂ ରାଜୀବ ଗାନ୍ଧୀ ଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ଜୟଲଳିତା ଆଧିପତ୍ୟ ବିସ୍ତାର ପାଇଁ ମୁଣ୍ଡ ଟେକିଥିଲା । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଧନୁଷଙ୍କ ଡ୍ରିମ ପ୍ରୋଜେକ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More