Only for Entertainment

ସାମ୍ନାକୁ ଆସିଲା ରଜନୀଙ୍କ ଅପକମିଙ୍ଗ ଫିଲ୍ମ ‘କାଲା’ର ପୋଷ୍ଟର, ଗୋଟିଏ ଦିନରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ରିଲିଜ ହେବ ଦୁଇଟି ଫିଲ୍ମ !

youtube
0 36

ଅଭିନେତା ତଥା ପ୍ରଯୋଜକ ଧନୁଷ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କାଲା’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଧନୁଷ ନିଜର ଅଫିସିଆଲ ଇଂଷ୍ଟଗ୍ରାମରେ ଫଟୋଟି ସେୟାର କରିଛନ୍ତି । ତା’ସହ ଏହି ଫିଲ୍ମଟି ଏପ୍ରିଲ ୨୭ ତାରିଖରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ୨.୦ ମଧ୍ୟ ଏପ୍ରିଲ ୨୭ରେ ରିଲିଜ ହେବ ବୋଲି ଶୁଣାଯାଉଥିଲା ।

ମିଳୁଥିବା ସୂଚନା ଅନୁସାରେ, ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ‘୨.୦’କୁ ଗତବର୍ଷ ଦିୱାଲିରେ ରିଲିଜ କରିବାବୁ ଚାହୁଁଥିଲେ କିନ୍ତୁ ଫିଲ୍ମର ଗ୍ରାଫିକ୍ସ ଶେଷ ହେଇ ନଥିବାରୁ ନିର୍ମାତା ରିଲିଜ ତାରିଖ ଘୁଂଚାଇ ଦେଇଥିଲେ । ଏହା ପରେ ଫିଲ୍ମ ୨.୦ର ରିଲିଜ ଏପ୍ରିଲ ୨୭କୁ ହେବ ବୋଲି ଶୁଣିବାକୁ ମିଳିଥିଲା । ଇତି ମଧ୍ୟରେ ରଜନୀକାନ୍ତଙ୍କ ଅନ୍ୟ ଏକ ଫିଲ୍ମ ‘କାଲା’ର ରିଲିଜ ଏପ୍ରିଲ ୨୭ ତାରିଖରେ ହେବ ବୋଲି ଧନୁଷ ନିଷ୍ପତି ନେଇଛନ୍ତି । ଯେଉଁଥି ପାଇଁ ଫିଲ୍ମ ୨.୦ର ନିର୍ମାତା ରିଲିଜ ତାରିଖକୁ ଆଗକୁ ଘଂଚାଇବା ସମ୍ଭାବନା ରହିଛି । କିନ୍ତୁ ଫିଲ୍ମ ରିଲିଜ ତାରିଖର ପରିବର୍ତ୍ତନକୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ ।

ଧନୁଷ ଏହି ଫିଲ୍ମର ପୋଷ୍ଟର ରିଲିଜ କରିବା ବେଳେ କ୍ୟାପସନରେ ‘ ମାର୍କ ଦ ଡେଟ । ୨୭ ଏପ୍ରିଲ କାଲା । ସ ଡନ ଆଫ ଡ୍ୟାନ୍ସ ଇଜ ବ୍ୟାକ’ ବୋଲି ଲେଖିଥିଲେ । ଫିଲ୍ମ ‘କାଲା’ରେ ରଜନୀକାନ୍ତଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ରଜନୀକାନ୍ତ କଳା ଚଷମା ସହ କଳା ରଙ୍ଗର କୁର୍ତା ପିନ୍ଧି ନଜରକୁ ଆସୁଛନ୍ତି । ଫଟୋରେ ତାଙ୍କ ପାଖରେ ଏକ କୁକୁର ମଧ୍ୟ ଠିଆ ହୋଇଛି । କାଲା ଫିଲ୍ମରେ ରଜନୀଙ୍କର ଏକ ଜବରଦସ୍ତ ଲୁକ ଦେଖିବାକୁ ମିଳିବ । ଫିଲ୍ମ ‘କାଲା’ର ଅଭିନେତା ନାନା ପାଟେକର ବି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି ଗ୍ୟାଙ୍ଗଷ୍ଟାର କାହାଣୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More