Only for Entertainment

ଆସନ୍ତାକଲି ରବିବାରକୁ ଘରେ ପ୍ରସ୍ତୁତ କରନ୍ତୁ ପ୍ରନ ପକୋଡ଼ା

indianhealthyrecipe
100

ପ୍ରନକୁ ତରକାରୀ କରି ଖାଇବା ଏକ ସାଧାରଣ କଥା, କିନ୍ତୁ ପ୍ରନ ପକୋଡ଼ାକୁ ଆପଣ ସ୍ନାକ୍ସ ଭାବରେ ଖାଇପାରିବେ । ଅନ୍ୟ ସମସ୍ତ ପକୋଡ଼ା ଠାରୁ ଏହାର ସ୍ୱାଦ ଖୁବ ନିଆରା । କାରଣ ଏ ସବୁ ରେଷ୍ଟୁରାଂଟ ମାନଙ୍କରେ ଖୁବ ଲୋକପ୍ରିୟ, କିନ୍ତୁ ପ୍ରନ ପକୋଡ଼ା ଏତେ ମାତ୍ରାରେ କେହି ପ୍ରସ୍ତୁତ କରନ୍ତି ନାହିଁ । ଥରେ ଯଦି ଆପଣ ଏହାକୁ ଘରେ ପ୍ରସ୍ତୁତ କରିବେ ତେବେ ସବୁବେଳେ ଖାଇବାକୁ ଇଛା ହେବ । ଆସନ୍ତୁ ଶିଖିବା ।

ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ । ମ୍ୟାରେନେଟ ପାଇଁ ଚିଙ୍ଗୁଡ଼ିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦନୁସାରେ ଲୁଣ ଓ ଲେମ୍ବୁ ରସ ପକାନ୍ତୁ । ଭଲ ଭାବରେ ମିଶାଇ କିଛି ଘଂଟା ରଖି ଦିଅନ୍ତୁ । ଏହାପରେ ଚିଙ୍ଗୁଡ଼ିରେ ବେସନ କିମ୍ବା କର୍ଣ୍ଣଫ୍ଲୋର କିମ୍ବା ଚାଉଳ ଗୁଣ୍ଡ ପକାନ୍ତୁ । ପତଳା କରି କଟା ହୋଇଥିବା ପିଆଜ । ଭୃସଙ୍ଗ ପତ୍ର ଏବଂ ପୋଦିନା ପତ୍ର ପକାନ୍ତୁ । ଗୋଟିଏ ଛୋଟ କଟା କଂଚାଲଙ୍କା । ଅଦା ଓ ରସୁଣ ବଟା । ଗରମ ମସଲା ଗୁଣ୍ଡ ଓ ସାମାନ୍ୟ ଲୁଣ ।

ଏବେ ତେଲ ଗରମ କରନ୍ତୁ । ଗରମ ହେବା ପରେ ଗୋଳାଇ ରଖିଥିବା ଚିଙ୍ଗୁଡ଼ିକୁ ଛାଣନ୍ତୁ ଓ ହୋଇଯିବା ପରେ ବାହାର କରି ସର୍ଭ କରନ୍ତୁ ଗରମ ଗରମ ପ୍ରନ ପକୋଡ଼ା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More