Only for Entertainment

ପ୍ରସ୍ତୁତ କରନ୍ତୁ ସ୍ପାଇସି ଷ୍ଟଫ୍‌ଡ୍ କୁକମ୍ବର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ !

53

ଘରକୁ କେହି ଆସିଲେ କିଛି ନା କିଛି ସ୍ପେସାଲ ଖାଦ୍ୟ ତିଆରି କରିବା ପାଇଁ ସମସ୍ତେ ଚାହାନ୍ତି। ଯଦି ଆପଣଙ୍କ ଘରକୁ ଅତିଥି ଆସିଛନ୍ତି ଏବଂ ଆପଣ କିଛି ସ୍ପେସାଲ ଅତିଥି ଚର୍ଚ୍ଚା କରିବାକୁ ଚାହୁଛନ୍ତି ତେବେ ପ୍ରସ୍ତୁତ କରନ୍ତୁ ସ୍ପାଇସି ଷ୍ଟଫ୍‌ଡ୍ କୁକୁମ୍ବର। ତେବେ ଚାଲନ୍ତୁ ଜାଣିବା ଷ୍ଟଫ୍‌ଡ୍‌ କୁକୁମ୍ବର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ :

୪ଟି କାକୁଡ଼ି

୩୦୦ ଗ୍ରାମ୍‌ କଟା ପନୀ

୨ଟି କଟା ଟମାଟୋ

୨୫ ଗ୍ରାମ୍‌ ସୂର୍ଯ୍ୟମୁଖୀ ମଞ୍ଜି

୧ ମୁଠା କଟା ତୁଳସୀ ପତ୍ର

ଗୋଲମରିଚ ଗୁଣ୍ଡ

ସ୍ବାଦାନୁସାରେ ଲୁଣ, ଦହି।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚ ମାଧ୍ୟମରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏକ ପାତ୍ରରେ ପନୀର, ଟମାଟୋ, ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ। ଏବେ ଏଥିରେ ସ୍ବାଦାନୁସାରେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ କାକୁଡ଼ି ଭିତରେ ଭରନ୍ତୁ। ଏହାକୁ ତୁଳସୀ ପତ୍ରରେ ସଜାନ୍ତୁ। ଆପଣ ଚାହିଲେ ଏଥିରେ ପନୀର ସ୍ଥାନରେ ଫ୍ଲେବର୍ଡ ଦହି ମଧ୍ୟ ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ କାକୁଡ଼ିକୁ ନିଜ ମନ ପସନ୍ଦରେ ଆକାର ମଧ୍ୟ ଦେଇପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଷ୍ଟଫ୍‌ଡ୍‌ କୁକୁମ୍ବର। ଏବେ ଏହାକୁ ଟମାଟୋ ସସ୍‌ ସହିତ ଅତିଥିଙ୍କୁ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More