Only for Entertainment

ଯୁବରାଜ ସିଂଙ୍କ ଗୋଟିଏ ଓଭରରେ ୬ଟା ଛକାକୁ ପୂରିଲା ୧୨ବର୍ଷ, ଚାହିଁ ରହିଯାଇଥିଲେ ଧୋନି !

96

ଯୁବରାଜ ସିଂ…. ଯାହାଙ୍କୁ ଦୁନିଆ ସେହି କ୍ରିକେଟରଙ୍କ ନାଁରେ ଜାଣନ୍ତି ଯିଏ କି ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ବିସିସିଆଇ ଟ୍ୱିଟ କରି ଜଣାଇଛନ୍ତି ଯେ ଆଜିର ଦିନରେ , ଠିକ ୧୨ବର୍ଷ ପୂର୍ବେ ୟୁବି ୬ଟା ବଲ୍ରେ ୬ଟା ଛକା ମାରିଥିଲେ ।
ଆଇସିସି ଏହାର ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

୧୯ସେପ୍ଟେମ୍ବର ୨୦୦୭ର ଘଟଣା । ଭାରତ ଟିମର ୧୮ଓଭର ଚାଲିଥିଲା । ଇଂଲଣ୍ଡ ଖେଳାଳୀ ଆଣ୍ଡ୍ରିୟୁ ଫ୍ଲିଂଟାଫଙ୍କ ମଧ୍ୟରେ ୟୁବିଙ୍କ ଝଗଡା ହୋଇଯାଇଥିଲା । ଫ୍ଲିଂଟାଫ ତ ଚାଲିଗଲେ ଫିଲ୍ଡିଂ କରିବା ପାଇଁ । ପୁଣି ଆସିଲେ ଷ୍ଟୁଅର୍ଟ ବ୍ରାଡ ବୋଲିଂ କରିବା ପାଇଁ ଆସିଲେ । ତାଙ୍କୁ ଯୁବରାଜଙ୍କ ରାଗ ଝେଲିବା ପାଇଁ ପଡିଥିଲା । ଯୁବରାଜ ତାଙ୍କ ବୋଲିଂ ୬ଟା ଛକା ମାରିଥିଲେ । ଗୋଟିଏ ଓଭରରେ ସେ ବି ଲମ୍ବା ଲମ୍ବା ।

ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର ହେବା ପରେ ୟୁଜର୍ସ ଲେଖିଛନ୍ତି , କ୍ୟା ମ୍ୟାଚ ଥା ୟାର ।
ଅସଲରେ କ୍ରିଜର ଅନ୍ୟପଟେ ମହେନ୍ଦ୍ର ସିଂ ଧୋନି ଥିଲେ । ଯୁବରାଜଙ୍କ ଏଭଳି ଖେଳୁଥିବା ଦେଖି ସେ ଚାହିଁ ରହିଥିଲେ । ସେଠାରେ ଉପସ୍ଥିତ ଦର୍ଶକଙ୍କ ହାଲ ମଧ୍ୟ ସେହିଭଳି କିଛି ଥିଲା । ବଲ ଆସୁଥିଲା ଏବଂ ପବନରେ ଉଡୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More