Only for Entertainment

ମୁହଁ କୁଣ୍ଡାଇ ହେଉଥିଲେ କରନ୍ତୁ ଏହି ସରଳ ଘରୋଇ ଉପଚାର ।

38

ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ । କାରଣ ପାଣି ଏବଂ ବାୟୁଜନିତ ସମସ୍ୟା ଦ୍ୱାରା ତ୍ୱଚା ସମ୍ବଦ୍ଧିତ ବିଭିନ୍ନ ସମସ୍ୟା ଦେଖାଦିଏ । ସେଥିପାଇଁ ଆପଣ ବଜାରରୁ ରାସାୟନିକ ସାମଗ୍ରୀ କିଣି ଆଣି ବ୍ୟବହାର କରନ୍ତି । କିନ୍ତୁ ଏହା ପରିବର୍ତ୍ତ ଆପଣ ଘରୋଇ ଉପଚାର ମଧ୍ୟ କରିପାରିବେ, ଯାହା ତ୍ୱଚାକୁ କୌଣସି କ୍ଷତି ପହଂଚାଇବ ନାହିଁ ।

 

ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ଲଗାଇବା ଦ୍ୱାରା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ।

ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ। ପୁଦିନା ପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବୃଦ୍ଧି ପାଇଥାଏ। ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More