Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଗଜାମୁଗ ଢୋକଲା ।

youtube
0 64

ଆବଶ୍ୟକୀୟ ସାମଗ୍ରୀ-
ଗଜାମୁଗ ୧୩୫ ଗ୍ରାମ,ପାଳଙ୍ଗ ୪୫ ଗ୍ରାମ,କଂଚା ଲଙ୍କା ୩ଟି,ଜଳ ୯୦ ମିଲି,ଲୁଣ ୧ ଚାମଚ,ବେସନ ୨ ବଡ଼ ଚାମଚ,ଫ୍ରୁଟ ସଲ୍ଟ ୧ ଛୋଟ ଚାମଚ,ଜଳ ୨ ଛୋଟ ଚାମଚ,ତେଲ,ରାଶି,ହେଙ୍ଗୁ,ଭୃସଙ୍ଗ ପତ୍ର ।

 

ପ୍ରସ୍ତୁତି ପ୍ରଣାଳୀ-
୧ ବ୍ଲେଣ୍ଡରରେ ଗଜାମୁଗ,ପାଳଙ୍ଗ,କଂଚା ଲଙ୍କା ଓ ଜଳ ପକାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାକୁ ଏକ ବାଉଲରେ ବାହାର କରି ସେଥିରେ ଲୁଣ,ବେସନ ଓ ଜଳ ପକାଇ ମିଶାନ୍ତୁ । ପୁଣିଥରେ ଏଥିରେ ଫ୍ରୁଟ ସଲ୍ଟ ଏବଂ ଜଳ ପକାଇ ମିଶାନ୍ତୁ । ଏହାପରେ ଷ୍ଟିମର ଡିସରେ ତେଲ ଲଗାଇ ମିଶ୍ରଣକୁ ସେଥିରେ ପକାନ୍ତୁ । ଏହାପରେ ଏହାକୁ ଷ୍ଟିମରରେ ରଖି ୧୦ରୁ ୧୨ ମିନିଟ ପର୍ଯ୍ୟନ୍ତ ବସାନ୍ତୁ ।
ମଧ୍ୟମ ଆଂଚରେ ଏକ ପ୍ୟାନ ବସାଇ ତେଲ ପକାନ୍ତୁ । ଏହାପରେ ରାଶି,ହେଙ୍ଗୁ,ଭୃସଙ୍ଗ ପତ୍ର ଓ କଂଚା ଲଙ୍କା ପକାନ୍ତୁ । ଏହି ମିଶ୍ରଣକୁ ଢୋକଲା ଉପରେ ଢାଳି ଥଣ୍ଡା କରନ୍ତୁ ଓ ପସନ୍ଦ ଅନୁଯାୟୀ କାଟି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More