Only for Entertainment

ଶ୍ରଦ୍ଧା ଇଂଷ୍ଟାଗ୍ରାମରୁ କାହିଁକି ହଟାଇଲେ ସମସ୍ତ ଫଟୋ?ଜାଣନ୍ତୁ କାରଣ ।

elle.in
0 50

ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରୁ ସମସ୍ତ ଫଟୋ ଡିଲିଟ କରି ସମସ୍ତଙ୍କୁ ଆଶ୍ଚଯ୍ୟ କରି ଦେଇଛନ୍ତି । ଶ୍ରଦ୍ଧାଙ୍କ ଆକାଉଂଟରୁ ସମସ୍ତ ଫଟୋ ଡିଲିଟ ହେବାରୁ ଫ୍ୟାନ୍ସ ଭାବିଥିଲେଯେ ଏହା ହ୍ୟାକିଂ ହୋଇପାରେ । କିନ୍ତୁ ବାସ୍ତବ କାରଣ ସେଭଳି କିଛି ନୁହେଁ । ବାସ୍ତବରେ ଶ୍ରଦ୍ଧା ତାଙ୍କର ସମସ୍ତ ଫଟୋକୁ ଡିଲିଟ କରି ମାତ୍ର ୩ଟି ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ଲେଖଅଛିଯେ,ମର୍ଦ କୋ ଦର୍ଦ ହୋଗା । ଏହା ହେଉଛି ତାଙ୍କ ଆଗାମୀ ଫିଲ୍ମର ଟ୍ୟାଗଲାଇନ ।

ଶ୍ରଦ୍ଧା ଖୁବଶୀଘ୍ର ହରର କମେଡ଼ି ଫିଲ୍ମ ସ୍ତ୍ରୀରେ ରାଜକୁମାର ରାଓଙ୍କ ସହିତ ନଜର ଆସିବେ । ଏହି ଫିଲ୍ମ ୩୧ ଅଗଷ୍ଟକୁ ରିଲିଜ ହେବ । ଏହି ଫିଲ୍ମକୁ ଅମର କୌଶିକ ଡାଇରେକ୍ଟ କରୁଛନ୍ତି । ଫିଲ୍ମକୁ ରାଜକୁମାର ନିଦିମୋରୁ ଏବଂ କୃଷ୍ଟା ଡିକେ ପ୍ରଡ୍ୟୁସ କରୁଛନ୍ତି ।

ଶ୍ରଦ୍ଧା ଖୁବଶୀଘ୍ର ଶାହିଦ କପୁର ଏବଂ ୟାମି ଗୌତମୀଙ୍କ ସହିତ ବତୀ ଗୁଲ ମିଟର ଚାଲୁରେ ନଜର ଆସିବେ । ନିକଟରେ ଏହାର ସୁଟିଂ ଶେଷ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More