Only for Entertainment

କରଣ ଜୋହର ନୁହଁନ୍ତି ବରଂ ଏହି ନିର୍ଦ୍ଦେଶକଙ୍କ ସହିତ ଆଗାମୀ ଫିଲ୍ମ କରିବେ ଶ୍ରଦ୍ଧା କପୁର ।

pinkvilla
0 24

ଫିଲ୍ମ ସ୍ତ୍ରୀର ବିପୁଳ ସଫଳତା ପରେ ଶ୍ରଦ୍ଧା କପୁର ଧର୍ମା ପ୍ରଡକ୍ସନ ଅଫିସ ନିକଟରେ ସ୍ପଟ ହୋଇଛନ୍ତି । ତେଣୁ ସମସ୍ତେ ଏହି କଥା ଭାବୁଛନ୍ତିଯେ ସେ ‘ଓକେ ଜାନୁ’ର ନିର୍ଦ୍ଦେଶକ କରଣ ଜୋହରଙ୍କ ସହିତ ଆଗାମୀ ଫିଲ୍ମ କରିବେ । କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ । କାରଣ ଶ୍ରଦ୍ଧା କପୁର ସାଇନା ନେହବାଲଙ୍କ ବାୟୋପିକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଥିବା ନିର୍ଦ୍ଦେଶକ ଅନମୋଲ ଗୁପ୍ତାଙ୍କୁ ସାକ୍ଷାତ କରିବାର ଥିଲା । କାରଣ ଏହା ସମସ୍ତେ ଜାଣି ନାହାଁନ୍ତିଯେ ଶ୍ରଦ୍ଧା କପୁର ଏକ ବାୟୋପିକ ଫିଲ୍ମ ବା ବ୍ୟାଡମିଂଟନ ଖେଳାଳୀ ସାଇନା ନେହବାଲଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଖବର ଅନୁସାରେ ଶ୍ରଦ୍ଧା ଲୁକ ଟେଷ୍ଟ ମଧ୍ୟ ଦେଇ ସାରିଛନ୍ତି । ତେବେ ଏହି ଅଭିନେତ୍ରୀ ଫିଲ୍ମ ସ୍ତ୍ରୀରେ କମାଲ ଅଭିନୟ କରିଛନ୍ତି ଏବଂ ଦର୍ଶକ ମଧ୍ୟ ତାହା ଖୁବ ପସନ୍ଦ କରିଛନ୍ତି । କ୍ରିଟିକ୍ସଙ୍କ ଠାରୁ ଭଲ ରେସପନ୍ସ ମଧ୍ୟ ମିଳିଛି ଏହି ଫିଲ୍ମକୁ । ଓପନିଙ୍ଗ ୱିକେଣ୍ଡରେ ବକ୍ସ ଅଫିସରେ ଭଲ ଇନକମ କରିଛି ଏହି ଫିଲ୍ମ ।

ବତୀ ଗୁଲ ମିଟର ଚାଲୁର ପ୍ରମୋଶନ ବ୍ୟତୀତ ଶ୍ରଦ୍ଧା ଏବେ ଫିଲ୍ମ ସାହୋର ମଧ୍ୟ ସୁଟିଂ କରୁଛନ୍ତି । ତାଙ୍କ ବିପକ୍ଷରେ ନଜର ଆସିବେ ବାହୁବଳୀ ଫେମ ପ୍ରଭାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More