Only for Entertainment

ଶ୍ରୀସନ୍ଥଙ୍କ ଲୁକ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ ! ‘ବିଗ ବସ-୧୨’ରେ ଏଣ୍ଟ୍ରି କରିବା ପୂର୍ବରୁ ବନାଇଲେ ଜବରଦସ୍ତ ବଡି ।

bollywood tadka
0 42

ଟିଭି ରିୟଲିଟି ଶୋ’ ‘ବିଗ ବସ-୧୨’ ଖୁବଶୀଘ୍ର ଆରମ୍ଭ ହେବ । ଶୋ’ରେ ସାମିଲ ହେବାକୁ ଥିବା ସେଲିବ୍ରିଟିଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରିରହିଛନ୍ତି । ଶୋ’କୁ ନେଇ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ‘ବିଗ ବସ-୧୨’ରେ ଭାରତୀୟ କ୍ରିକେଟ ଟିମର ପୂର୍ବ ବୋଲର ଏସ ଶ୍ରୀସନ୍ଥ ସାମିଲ ହେବା ବୋଲି ଶୁଣିବାକୁ ମିଳୁଛି । ନିକଟରେ ଶ୍ରୀସନ୍ଥଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

sri

ଶ୍ରୀସନ୍ଥଙ୍କ ଏହି ଲ୍ୟାଟେଷ୍ଟ ଫଟୋରେ ତାଙ୍କର ଜବରଦସ୍ତ ଟ୍ରାନ୍ସଫମେସନ ଦେଖିବାକୁ ମିଳିଛି । ଫଟୋରେ ଶ୍ରୀସନ୍ଥ ଟିମରେ ଖୁବ ପରିଶ୍ରମ କରୁଥିବା ନଜର ଆସିଛି । ଫଟୋକୁ ଦେଖିଲେ ଜଣାପଡୁଛି ଶ୍ରୀସନ୍ଥ ବିଗ ବସ-୧୨ରେ ଏଣ୍ଟ୍ରି କରିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ।

sri1

ଫିଲ୍ମ ବିଷୟରେ କହିବାକୁ ଗଲେ ଶ୍ରୀସନ୍ଥ ବଲିଉଡ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠାରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ସେ ଅଭିନେତ୍ରୀ ଜରୀନ ଖାନଙ୍କ ସହିତ ‘ଅକ୍ସର-୨’ରେ ନଜର ଆସିଥିଲେ । ଫିଲ୍ମରେ ଶ୍ରୀସନ୍ଥ ଓକିଲ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତିତ ସେ ରିୟଲିଟି ଶୋ ‘ଖତରୋଁ କେ ଖିଲାଡୀ’ରେ ସିଜିନ-୯ରେ ମଧ୍ୟ ନଜର ଆସିଥିଲେ ।

sri3

sri2

srisanth

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More