Only for Entertainment

ବିଗବସରେ ରନର୍ସଅପ ହେବା ପରେ ଦୀପିକାଙ୍କ ବିଷୟରେ ଏପରି କହିଲେ ଶ୍ରୀସନ୍ଥ ।

Hindustan Times
40

ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ବସ୍‌ର ଦ୍ୱାଦଶ ଅଧ୍ୟାୟ ସମାପ୍ତ ହୋଇଛି। ବିଜୟ ମୁକୁଟ ପିନ୍ଧି ଘରକୁ ଫେରିଛନ୍ତି ଟେଲି ନାୟିକା ଦୀପିକା କକ୍କର। ଦୀପିକା ବିଜୟିନୀ ହେବା ପରେ ନିଜ ପରିବାର ଲୋକଙ୍କ ସହ ନିଜ ଖୁସି ମନାଇଛନ୍ତି। ସେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜର ପ୍ରଶଂସକମାନଙ୍କୁ ପ୍ରଦାନ କରିଛନ୍ତି।

ତେବେ, ଦୀପିକାଙ୍କ ସହ ଶେଷ ପର୍ଯ୍ୟନ୍ତ ରହିଥିଲେ କ୍ରିକେଟର ଶ୍ରୀସନ୍ଥ । ଦୀପିକା ବିଜୟିନୀ ହୋଇଥିବା ବେଳେ ଶ୍ରୀସନ୍ଥ ରନ୍‌ର୍ସ-ଅପ୍‌ ହୋଇ ଘରକୁ ଫେରିଛନ୍ତି। ବିଗ୍‌ବସ୍‌ ହାଇସ୍‌ ଭିତରେ ଦୀପିକା ଓ ଶ୍ରୀସନ୍ଥଙ୍କ ମଧ୍ୟରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

sree

ଏମେ ଦୀପିକା ସୋ’ ଜିତିଯିବା ପରେ ଶ୍ରୀଶାନ୍ତଙ୍କ ପ୍ରତିକ୍ରିୟା କ’ଣ ତାହା ଜାଣିବା ପାଇଁ ସଭିଙ୍କ ଉତ୍ସୁକତା ରହିବା ଏକ ସ୍ୱାଭାବିକ କଥା। ଆପଣ ଭାବୁଥିବେ ଯେ ଶ୍ରୀସନ୍ଥ ନିଶ୍ଚୟ ଦୀପିକାଙ୍କ ବିରୋଧରେ କିଛି କଥା କହିଥିବେ ବୋଲି। ମାତ୍ର ବାସ୍ତକ କଥା ହେଉଛି ଶ୍ରୀସନ୍ଥ ଦୀପିକାଙ୍କୁ ନିଜ ପରିବାର ବୋଲି କହିଛନ୍ତି। ସେ ସୋ’ ନଜିତିବା ଓ ଦୀପିକାଙ୍କ ବିଜୟିନୀ ହେବା କଥା ନେଇ ଶ୍ରୀସନ୍ଥ କହିଛନ୍ତି କି ‘ଦୀପିକା ମୋ ପରିବାର। ବିଗ୍‌ବସ୍‌ ଟ୍ରଫି ଘରକୁ ଆସିଲା।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More