Only for Entertainment

ସାଉଥର ବିବାଦୀୟ ଅଭିନେତ୍ରୀ ଶ୍ରୀ ରେଡ୍ଡି ଅଭିନେତା ପବନ କଲ୍ୟାଣଙ୍କ ଉପରେ ପ୍ରକାଶ କଲେ କ୍ରୋଧ, କହିଲେ ଏହି ବ୍ୟକ୍ତି କେବଳ ଅନେକ ବିବାହ ହିଁ କରେ !

34

ଅଭିନେତ୍ରୀ ଶ୍ରୀ ରେଡ୍ଡୀ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ସବୁଠାରୁ ବିବାଦୀୟ ଚେହେରା । ଟଲିଉଡ୍‌ରେ ଚାଲୁଥିବା କାଷ୍ଟିଙ୍ଗ କାଉଚ୍‌କୁ ବିରୋଧ କରି ସେ ରାସ୍ତାରେ ଅର୍ଦ୍ଧ ଉଲଗ୍ନ ହୋଇ ପ୍ରତିବାଦ କରିଥିଲେ, ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ସେ ଜନ ସେନା ପାର୍ଟିର ମୁଖ୍ୟ ତଥା ଅଭିନେତା ପବନ କଲ୍ୟାଣଙ୍କକୁ ଟାର୍ଗେଟ କରିଛନ୍ତି । ତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ପବନଙ୍କ ପାଖରେ କେବଳ ବାରମ୍ବାର ବିବାହ କରିବାର ଉପଲବ୍ଧି ରହିଛି । ର୍ଦୁଭାଗ୍ୟବଶତଃ ଏବେ ସେ ରାଜନୀତିରେ ପ୍ରବେଶ କରିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀ । ଏପରି କରିବା ପାଇଁ ତାଙ୍କୁ ବିଜେପି ଛାଡ଼ି ଜନ ସେନା ପାର୍ଟିରେ ଯୋଗ ଦେଇଥିବା ନେତା ଆଡ୍ଡେପାଲି ଶ୍ରୀଧର ବାଧ୍ୟ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଶ୍ରୀଧର ଶ୍ରୀଙ୍କୁ ଟାର୍ଗେଟ କରି, ଶ୍ରୀ ରେଡ୍ଡୀ ପବନ କଲ୍ୟାଣଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିବା କଥା କହିବା ସହ ଆମମାନଙ୍କ ବିଷୟରେ ମୁଣ୍ଡ ଖେଳାଇବା ବନ୍ଦ କର ବୋଲି କହିଥିଲେ । ଯାହା ପରେ ଶ୍ରୀ ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More