Only for Entertainment

ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଚେନ୍ନାଇ ସ୍ଥିତ ବାସଭବନରେ ପୂଜା ରଖିବେ ବୋନି କପୁର, ଆଜି ମଧ୍ୟ ମିଷ୍ଟ୍ରିରେ ରହିଛି ଅଭିନେତ୍ରୀଙ୍କ ମୃତ୍ୟୁ

ABP Live
31

ବଲିଉଡ ଦିଗଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନକୁ ୧ ବର୍ଷ ପୂରିବାକୁ ଯାଉଛି । କିନ୍ତୁ ଆଜି ମଧ୍ୟ ତାଙ୍କ ପରିବାର ଏବଂ ପ୍ରଶଂସକ ମୃତ୍ୟୁର ଦୁଃଖରୁ ବାହାରିପାରି ନହାଁନ୍ତି । ପୂର୍ବ ବର୍ଷ ଫେବୃଆରୀ ୨୪ରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତିଥି ଅନୁସାରେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ୧୪ ଫେବୃଆରୀ ୨୦୧୯ରେ ପଡୁଛି । ସେଥିପାଇଁ ବୋନି କପୁର, ଜାହ୍ନବୀ କପୁର ଏବଂ ଖୁସି କପୁର ଚେନ୍ନାଇରେ ଦିବଙ୍ଗତ ଅଭିନେତ୍ରୀଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କରିବେ ।

sri

ରିପୋର୍ଟ ଅନୁସାରେ, ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସମସ୍ତ ପୂଜା ଶ୍ରୀଦେବୀଙ୍କ ମା’ଙ୍କ ଘରେ ହେବ । ଏହି ପୂଜାରେ ବୋନି କପୁର, ଜାହ୍ନବୀ ଏବଂ ଖୁସି କପୁରଙ୍କ ବ୍ୟତିତ ଅନିଲ କପୁର, ସୁନିତା କପୁର ଏବଂ ପରିବାରର ନିକଟତର ଲୋକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । କହିରଖୁଛୁ ଯେ, ଭଣଜା ମୋହିତ ମାରୱାଙ୍କ ବିବାହରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିବା ବେଳେ ବାର୍ଥଟବରେ ବୁଡି ଅଭିନେତ୍ରୀଙ୍କ ନିଧନ ହୋଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଆଜି ମଧ୍ୟ ତାଙ୍କର ମୃତ୍ୟୁ ରହସ୍ୟ ଘେରରେ ରହିଛି ।

ନିକଟରେ ଅମିତାଭ ବଚ୍ଚନଙ୍କ ସହିତ ଶ୍ରୀଦେବୀଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ସଲମାନ ଖାନ ଏବଂ ଆମୀର ଖାନ ନଜର ଆସିଥିଲେ । ଏହି ଫଟୋକୁ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More