Only for Entertainment

ଠିକ୍ ୫ବର୍ଷ ପୂର୍ବେ ଏହି ହଲିଉଡ ଅଭିନେତ୍ରୀଙ୍କର ଶ୍ରୀଦେବୀଙ୍କ ଭଳି ହୋଇଥିଲା ମୃତ୍ୟୁ !

bollywoodlife
0 53

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଏପରି ଅଚାନକ ମୃତ୍ୟୁ ହୋଇଯିବା କାରଣରୁ ଅନେକ ପ୍ରଶ୍ନ ଉଠିଛି । ଆଗରୁ ଶୁଣିବାକୁ ମିଳୁଥିଲା କି ତାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି କିନ୍ତୁ ତାଙ୍କର ଶରୀରର ବ୍ୟବଚ୍ଛେଦ ପରେ ଧୀରେ ଧୀରେ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଫରେନ୍ସିକ ରିପୋର୍ଟ ଅନୁସାରେ ତାଙ୍କର ଦୁର୍ଘଟଣା ବଶତଃ ପାଣି ବୁଡି ଯାଇ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଶ୍ରୀଦେବୀଙ୍କର ଫରେନ୍ସିକ ରିପୋର୍ଟ ଆସିବାର କିଛି ମୂହୂର୍ତ୍ତ ପରେ ପୂର୍ବ ଅଭିନେତ୍ରୀ ସିମି ଗ୍ରେବାଲ ଶ୍ରୀଦେବୀ ଏବଂ ହ୍ୱିଟନି ହାଉଷ୍ଟନଙ୍କ ମୃତ୍ୟୁ ମଧ୍ୟରେ ଅଜବ ସମାନତା ଥିବା ଏକ ଟ୍ୱିଟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ହ୍ୱିଟନି ହାଉଷ୍ଟନ ଆମେରିକାର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ । ତାଙ୍କର ସେହିଭଳି ଏକ ହୋଟେଲ ରୁମରୁ ମୃତ ଶରୀର ଉଦ୍ଧାର କରାଯାଇଥିଲା । ୧୧ଫେବୃଆରୀ ୨୦୧୨ରେ ହ୍ୱିଟନିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଗ୍ରେମୀ ପାର୍ଟିର କିଛି ମୂହର୍ତ୍ତ ପରେ ଘଟିଥିଲା । ତାଙ୍କର ସେହିଭଳି ବୁଡିକି ମୃତ୍ୟୁ ହୋଇଥିଲା ଏବଂ ଏହା କୌଣସି ଅପରାଧିକ ଷଡଯନ୍ତ୍ର ନଥିବା ରିପୋର୍ଟ ଯାଂଚ ପରେ ଜଣା ପଡିଥିଲା ।

ଶ୍ରୀଦେବୀଙ୍କର ମଧ୍ୟ ସେହିଭଳି ମୃତ୍ୟୁ ହୋଇଥିବା ଜଣା ପଡିଛି । ମାତ୍ର ଏବେ ପର୍ଯ୍ୟନ୍ତ ଏହାର ସଠିକ ସୂଚନା ମିଳିପାରି ନାହିଁ । ଆବଶ୍ୟକ ପଡିଲେ ତାଙ୍କର ଶରୀର ଆଉଥରେ ପୋଷ୍ଟମର୍ଟମ ହେବ ବୋଲି କିଛି ଖବରରୁ ଜଣା ପଡିଛି । ଆଜି ସଂଧ୍ୟା ସୁଦ୍ଧା ତାଙ୍କର ପାର୍ଥିବ ଶରୀର ମୁମ୍ବାଇ ପହଂଚିବାର ସମ୍ଭାବନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More