Only for Entertainment

ସ୍ଲିମ୍ ରହିବା ପାଇଁ ଖାଉଥିବା ଔଷଧ ସାଜିଲା କି ଶ୍ରୀଦେବୀଙ୍କ ମୃତ୍ୟୁର କାରଣ !

DNA India
0 58

ଶନିବାର ବିଳମ୍ବିତ ରାତିରେ ବଲିଉଡର ଚାନ୍ଦିନୀ ବା ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ହେବା ପରେ ଏହି ଖବର ଉପରେ ବିଶ୍ୱାସ କରିବା ଅସମ୍ଭବ ହୋଇପଡିଛି । କେହି ଏହାକୁ ବିଶ୍ୱାସ କରିପାରୁନାହାଁନ୍ତି ଯେ କିଛି ସମୟ ପୂର୍ବରୁ ବିବାହ ସମାରୋହରେ ଖୁସିରେ ନାଚୁଥିବା ଶ୍ରୀଦେବୀଙ୍କର ମୃତ୍ୟୁ ହଠାତ ହୋଇଯିବ ବୋଲି । ସ୍ୱାମୀ ବୋନି କପୁର ଏବଂ ଝିଅ ଖୁସିଙ୍କ ସହିତ ମୋହିତ ମାରୱାହଙ୍କ ବିବାହରେ ଦୁବାଇରେ ଯୋଗଦେଇଥିବା ଶ୍ରୀଦେବୀଙ୍କର କାର୍ଡିୟାକ ଆରେଷ୍ଟରେ ନିଧନ ହେବାପରେ, ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ରିପୋର୍ଟ ଅନୁସାରେ ଶ୍ରୀଦେବୀଙ୍କ ମୃତ୍ୟୁ ପଛର ବଡ କାରଣ ହେଉଛି ଏକ ପ୍ରକାର ଔଷଧ । ଅନେକ ୱେବସାଇଟ ଏବଂ ପୋର୍ଟାଲରେ ଛପିଥିବା ଖବର ଅନୁସାରେ ଶ୍ରୀଦେବୀ ଜବାନ ଦେଖାଯିବା ପାଇଁ ଏବଂ ଭୋକ ମେଣ୍ଟାଇବା ପାଇଁ ‘ଡାୟଟ ପିଲ୍ସ’ ଔଷଧର ସେବନ କରୁଥିଲେ ଯାହା ହାର୍ଟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଖବର ଅନୁସାରେ ଏହି ଔଷଧକୁ ହିଁ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି ।

କିଛି ଲୋକ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ତାଙ୍କ ଲିପ ସର୍ଜରୀ ବୋଲି ମଧ୍ୟ କହୁଛନ୍ତି । ରିପୋର୍ଟ ଅନୁସାରେ ଶ୍ରୀଦେବୀ ଲିପ ସର୍ଜରୀ କରିବା ସହିତ ଅନେକ ସର୍ଜରୀ କରାଇଥିଲେ । ମିଳିଥିବା ଖବର ଅନୁସାରେ ଶ୍ରୀଦେବୀ ସୁନ୍ଦର ଦେଖାଯିବା ପାଇଁ ଏପରି ୨୯ ସର୍ଜରୀ କରାଇଥିଲେ ।

sridevi 4

ଅନ୍ୟ ପକ୍ଷରେ ଶ୍ରୀଦେବୀଙ୍କ ଦିଅର ସଂଜୟ କପରୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏପରି ହେବ ବୋଲି କିଛି ଆଶଙ୍କା ନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଶ୍ରୀଦେବୀଙ୍କର ଆଗରୁ ହାର୍ଟ ସହ ଜଡୀତ କୌଣସି ସମସ୍ୟା ନଥିଲା । କିଛି ଡାକ୍ତରଙ୍କ କହିବା ଅନୁସାରେ କସ୍ମେଟିକ ସର୍ଜରୀ ପରେ ଯେଉଁ ଔଷଧ ସେବନ କରାଯାଏ ତାହା ଦ୍ୱାରା ହାର୍ଟ ଆଟାକ ଆଶଙ୍କା ନଥାଏ । ତେବ କିପରି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି ତାହା କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ହିଁ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More