Only for Entertainment

କାନ୍ସରେ ମିଳିଲା ଶ୍ରୀଦେବୀଙ୍କୁ ସମ୍ମାନ, ପରିବାର ତରଫରୁ ସୁଭାଷ ଘାଇ ଗ୍ରହଣ କଲେ ପୁରସ୍କାର

Los Angeles Times
0 55

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଟାଇଟନ ରେଗିନାଲ୍ଡ ଏଫ ଲୁଇସ ଫିଲ୍ମ ଆଇକନ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଶ୍ରୀଦେବୀଙ୍କ ପରିବାର ପକ୍ଷରୁ ବଲିଉଡର ଫିଲ୍ମ ନିର୍ମାତା ସୁଭାଷ ଘାଇ ଏବଂ ନମ୍ରତା ଗୋୟଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଫିଲ୍ମରେ ମହିଳା ମାନଙ୍କ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ । ଭାରତର ପ୍ରଥମ ମହିଳା ସୁପରଷ୍ଟାର ହୋଇଥିବାରୁ ଏହି ପୁରସ୍କାର ପାଇବା ତାଙ୍କର ଅଧିକାର ମଧ୍ୟ ।


କିଛି କାରଣରୁ ପୁରସ୍କାର ଗ୍ରହଣ କରିପାରିନଥିବା ଶ୍ରୀଦେବୀଙ୍କ ପତି ବୋନି କପୁର କହିଛନ୍ତି ଯେ, ‘ଶ୍ରୀଙ୍କୁ ମିଳୁଥିବା ସମ୍ମାନ, ଶ୍ରଦ୍ଧାଞ୍ଜଳୀ ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭଲପାଇବା ଦେଖି ଜାହ୍ନବା, ଖୁସୀ ଏବଂ ମୁଁ ଅଭିଭୁତ । ତାଙ୍କର କାମ ପୁରା ଦୁନିଆରେ ଲୋକଙ୍କୁ ପ୍ରେରଣା ଦେଉଛି । ତାଙ୍କର କାମ ପାଇଁ ସେ ସର୍ବଦା ଜୀବିତ ହୋଇରହିବେ ।’

କହିରଖୁଛୁ ଯେ ଫିଲ୍ମ ‘ମମ’ ପାଇଁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଚଳିତ ବର୍ଷ ୬୫ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୪ ଫେବୃୟାରୀରେ ଦୁବାଇରେ ଶ୍ରୀଦେବୀଙ୍କର ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More