Only for Entertainment

ଶ୍ରୀଦେବୀ ନେଲେ ପୂର୍ନଜନ୍ମ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଚାନ୍ଦିନୀଙ୍କ ନବଜନ୍ମର ଭିଡିଓ

jansatta
0 202

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ପୂର୍ନଜନ୍ମ କଥା ଏବେ ଚର୍ଚ୍ଚରେ । କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? କଥାଟି ହେଉଛି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ସୁନ୍ଦର ଛୋଟ ଝିଅ ନଜର ଆସିଛି । ଏହି ଭିଡିଓ ଜରୀଆରେ କୁହାଯାଇଛି ଯେ ଏହି ଛୋଟ ଛୁଆଟି ଶ୍ରୀଦେବୀଙ୍କର ରୂପ ବୋଲି । ସୋସିଆଲ ମିଡିଆରେ ଏହି ଛୁଆକୁ ଶ୍ରୀଦେବୀଙ୍କ ପୂର୍ନଜନ୍ମ ବୋଲି କୁହାଯାଉଛି । ଭିଡିଓରେ ଛୁଆଟି ବଡ ବଡ ଆଖିରେ କ୍ୟାମେରାକୁ ଦେଖୁଛି । ଏହାପରେ ଏହି ଛୋଟ ଛୁଆର ମୁଖଭାବ ବଦଳିବାକୁ ଲାଗୁଛି ଏବଂ ସେ କାନ୍ଦି ପକାଉଛି ।

ଏହି ଭିଡିଓ ଖୁବ ଶୀଘ୍ର ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ଶେୟାର କରାଯାଉଛି । ଅନେକ ଲୋକ ଭିଡିଓକୁ ଦେଖି କହୁଛନ୍ତି ଛୁଆର ହାବଭାବ ଶ୍ରୀଦେବୀଙ୍କ ସହିତ ମିଶୁଛି । ତେବେ ଏହାକୁ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି କ’ଣ ପ୍ରକୃତରେ ଶ୍ରାଦେବୀଙ୍କର ପୂର୍ନଜନ୍ମ ହୋଇଛି ?

ସୂଚନା ଅନୁସାରେ ଏହି ଭିଡଓକୁ ୟୁ-ଟ୍ୟୁବରେ ଅପଲୋଡ କରିବା ପରେ ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ ଏହି ଛୁଆଟି ବର୍ତ୍ତମାନ ଆଠ ମାସର ଏଥିରୁ ପ୍ରମାଣିତ ହେଉଛି ଏଠାରେ ପୂର୍ନଜନ୍ମ ପରି କିଛି ନାହିଁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More