Only for Entertainment

ବଲିଉଡର ୧୦ ଜଣ ସେଲିବ୍ରେଟୀ, ଯିଏ ଫିଲ୍ମକୁ ଆସିବା ପୂର୍ବରୁ ବଦଳାଇ ଦେଇଛନ୍ତି ପ୍ରକୃତ ନାମ

pinkvilla
89

କେହି କେହି ଭାବନ୍ତି ନାମରେ ବା କ’ଣ ଥାଏ । କିନ୍ତୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ନାମ ହିଁ ସବୁକିଛି । ଏହା ସେମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ, ଯାହା ତାଙ୍କ ଆଗକୁ ବଢିବାରେ ପ୍ରଭାବିତ କରିଥାଏ ।

ସଲମାନ- ସଲମାନଙ୍କ ଜନ୍ମଗତ ନାମ ହେଉଛି ଅବସୁଲ ରସିଦ ସଲିମ ସଲମାନ ଖାନ ।

ରଜନୀକାନ୍ତ- ଏହି ପ୍ରସିଦ୍ଧ ସେଲିବ୍ରେଟୀଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକ୍ୱାଡ

ଅକ୍ଷୟ କୁମାର- କାନାଡ଼ାରୁ ଭାରତ ଆସିବା ପରେ ବିଭିନ୍ନ ବିବାଦ ମଧ୍ୟରେ ରହିଥିଲେ ଅକ୍ଷୟ କୁମାର । ଅକ୍ଷୟଙ୍କ ବାସ୍ତବ ନାମ ହେଉଛି ରାଜୀବ ହରି ଓମ ଭାଟିୟା । ତାଙ୍କ ହୋମ ପ୍ରଡକ୍ସନର ନାମ ହେଉଛି ହରି ଓମ ପ୍ରଡକ୍ସନ ।

ଶ୍ରୀଦେବୀ- ସ୍ୱର୍ଗତା ଶ୍ରୀଦେବୀଙ୍କ ବାସ୍ତବ ନାମ ହେଉଛି ଶ୍ରୀ ଆମ୍ମା ୟାଙ୍ଗର ଆୟାପନ । ଏହା ଖୁବ ଲମ୍ବା ନାମ ହୋଇଥିବାରୁ ସେ ଏହାକୁ ବଦଳାଇ ଦେଇଥିଲେ ।

ଟାଇଗର ସ୍ରଫ- ବାପା ଜ୍ୟାକି ସ୍ରଫଙ୍କ ଭଳି ଟାଇଗର ସ୍ରଫ ମଧ୍ୟ ତାଙ୍କ ନାମ ବଦଳାଇ ଦେଇଛନ୍ତି । ତାଙ୍କ ପ୍ରକୃତ ନାମ ହେଉଛି ଜଇ ହେମନ୍ତ ସ୍ରଫ ।

ପ୍ରୀତି ଜିଂଟା- ଅଧିକାଂଶ ପଂଜାବୀଙ୍କ ଭଳି ପ୍ରୀତି ଜିଂଟାଙ୍କର ମଧ୍ୟ ଏକ ଲମ୍ବା ନାମ ଥିଲା । ପ୍ରୀତମ ସିଂ ଜିଂଟାକୁ ବଦଳାଇ ସେ ପ୍ରୀତି ଜିଂଟା କରି ଦେଇଥିଲେ । ତେବେ ସେ ବାସ୍ତବରେ ସୁନ୍ଦର ଏଥିରେ ସନ୍ଦେହ ନାହିଁ ।

ଧର୍ମେନ୍ଦ୍ର- ଏହି ପ୍ରସିଦ୍ଧ ଲୋକପ୍ରିୟ ଅଭିନେତାଙ୍କ ବାସ୍ତବ ନାମ ହେଉଛି ଧରମ ସିଂ ଦେଓଲ ।

କ୍ୟାଟ୍ରିନା କୈଫ- କ୍ୟାଟଙ୍କ ପ୍ରକୃତ ନାମ ହେଉଛି କ୍ୟାଟ୍ରିନା ଟରକୋଟ । ପରେ ସେ ସରନେମକୁ ବଦଳାଇ କୈଫ କରି ଦେଇଛନ୍ତି ।

ଶିଳ୍ପା ସେଟ୍ଟୀ- ଶିଳ୍ପାଙ୍କ ବାସ୍ତବ ନାମ ହେଉଛି ଅଶ୍ୱିନୀ ସେଟ୍ଟୀ ।

ରେଖା- ରେଖାଙ୍କ ପ୍ରକୃତ ନାମ ହେଉଛି ଭାନୂରେଖା ଗଣେଶାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More