Only for Entertainment

ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ : ପୂଜାରେ ଇମୋଶନାଲ ହେଲେ ଝିଅ ଜାହ୍ନବୀ-ଖୁସି

India Today
234

ଦଗଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପତି ବୋନି କପୁର ଚେନ୍ନାଇରେ ଏକ ବିଶେଷ ପୂଜା ରଖିଥିଲେ । ଶ୍ରୀଦେବୀଙ୍ଗ ମୃତ୍ୟୁ ଫେବୃଆରୀ ୨୪ ୨୦୧୮ରେ ହୋଇଥିବା ବେଳେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଶ୍ରାଦ୍ଧ ବାର୍ଷିକ ଫେବୃଆରୀ ୧୪ ଗୁରୁବାର ପଡିଥିଲା । କପୁର ପରିବାରର ଏହି ପୂଜା ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି କପୁର ସାମିଲ ହୋଇଥିଲେ । ପୂଜାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି ।

sridevi

ଏହି ବିଶେଷ ପୂଜାରେ ବୋନି କପୁରଙ୍କ ବ୍ୟତିତ ଭାଇ ଅନିଲ କପୁର ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ପରିବାରର ଅନେକ ନିକଟ ସମ୍ପର୍କୀୟ ଏହି ଶୋକ ସଭାରେ ଉପସ୍ଥିତ ଥିଲେ । ପୂଜାରେ ଜାହ୍ନବୀ ଏବଂ ଖୁସି ଟ୍ରାଡିସନାଲ ଆଉଟଫିଟରେ ନଜର ଆସିଥିଲେ । ଦୁହେଁ ପୂଜା ସମୟରେ ଖୁବ ଇମୋଶନାଲ ମଧ୍ୟ ହୋଇଯାଇଥିଲେ ।

jahnvi

ଅଭିନେତ୍ରୀଙ୍କ ଶ୍ରାଦ୍ଧ ବାର୍ଷିକରେ ତାମିଲ ଫିଲ୍ମ ସୁପରଷ୍ଟାର ଥାଲା ଅଜିତ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅଜିତ ଏବଂ ଶ୍ରୀଦେବୀ ଦୁହେଁ ଏକା ସହିତ କାମ ମଧ୍ୟ କରିଛନ୍ତି । କହିରଖୁଥଛୁ ଯେ, ଗତ ବର୍ଷ ସମ୍ପର୍କୟଙ୍କ ବିବାହରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିବା ବେଳେ ସେହିଠାରେ ହିଁ ଶ୍ରୀଦେବୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଥିଲା । ଏହି ଦୁଃଖକୁ ଏପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସ ଏବଂ ପରିବାର ଲୋକ ଭୁଲି ପାନରିନାହାଁନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More