Only for Entertainment

ଏହି ଦିନ ଚୀନରେ ରିଲିଜ ହେବ ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ

dna
61

ନିକଟରେ ବଲିଉଡର ଫାଷ୍ଟ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇସାରିଛି । ଏହି ଅବସରରେ ମହାନ ଅଭିନେତ୍ରୀଙ୍କୁ ବଲିଉଡ ଶ୍ରଦ୍ଧାଞ୍ଜଳି ଦେଇଛି । ଏବେ ଏହି ଅଭିନେତ୍ରୀଙ୍କ ଶେଷ ଫିଲ୍ମ ‘ମମ’କୁ ଚୀନରେ ୨୨ ମାର୍ଚ୍ଚରେ ରିଲିଜ କରାଯିବ ।

ଏକ ବୟାନ ଅନୁସାରେ ଏହି ଫିଲ୍ମ ପୋଲାଣ୍ଡ, ଋୁଷ, ଆମେରିକା ଓ ସିଙ୍ଗାପୁର ସହିତ ୪୦ଟି ସ୍ଥାନରେ ଲଞ୍ଚ ହୋଇ ସାରିଛି । ବର୍ତ୍ତମାନ ଏହି ଫିଲ୍ମକୁ ଚୀନ୍‍ରେ ରିଲିଜ କରାଯିବ । ଶ୍ରୀଦେବୀଙ୍କ ‘ମମ’ ଏକ ଉଚ୍ଚକୋଟିର ଫିଲ୍ମ ଅଟେ । ଏହି ଫିଲ୍ମ ଯେଉଁ ସବୁ ସ୍ଥାନରେ ରିଳିଜ ହୋଇଛି, ପ୍ରତ୍ୟେକ ସ୍ଥାନରେ ଏହାକୁ ଭଲ ପ୍ରତିକ୍ରିୟା ମିଳିଛି । ରବି ଉଧାୱରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୀଦେବୀ ଜଣେ ସାବତ ମା’ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ଝିଅ ଭୂମିକାରେ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ ଅଭିନୟ କରିଥିଲେ । ଏହି ସିନେମାରେ ଶ୍ରୀଦେବୀଙ୍କ ଉଚ୍ଚକୋଟିର ଅଭିନୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ଦିଆଯାଇଛି ।

sridevi

ଚୀନରେ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ରିଲଜ ହେବା ଉପରେ ବୋନି କପୁର କହିଛନ୍ତି କି, ‘ମମ’ ଏପରି ଏକ ସିନେମା ଯାହା ସବୁ ସ୍ଥାନର ଦର୍ଶକଙ୍କୁ ପସନ୍ଦ ଆସିବ । ଏହା ଶ୍ରୀଦେବୀଙ୍କ ଶେଷ ସିନେମା ଅଟେ । ସେଥିପାଇଁ ଆମର ଇଚ୍ଛା ଯେ, ଏହି ଶେଷ ଫିଲ୍ମକୁ ଅଧିକରୁ ଅଧିକ ଦର୍ଶକ ଦେଖନ୍ତୁ । ଗତ ବର୍ଷ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଜିରୋରେ ଶ୍ରୀଦେବୀଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏଥିରେ ସେ ଅତିଥି ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More