Only for Entertainment

ଆଜି ଦୁବାଇରୁ ଆସିବ ଶ୍ରୀଦେବୀଙ୍କ ମର ଶରୀର ! ସଂଧ୍ୟାରେ ମୁମ୍ବାଇ ପବନହଂସ ଶ୍ମଶାନରେ ହେବ ଶେଷକୃତ୍ୟ

Firstpost
0 42

ଆଜି ଦୁବାଇରୁ ଭାରତ ଆସିବ ଶ୍ରୀଦେବୀଙ୍କ ମରଶରୀର । ଆଇନଗତ ପକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇପାରିନଥିଲା । ଦୁବାଇର ଏକ ପ୍ରମୁଖ ଗଣମାଧ୍ୟମ ‘ଖଲିଜ ଟାଇମ୍ସ’ ସୂତ୍ରରୁ ଏହି ସୂଚନା ମିଳିଛି । କାରଣ ଶବ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା, ରାତି ସୁଦ୍ଧା ଏସଂପର୍କୀତ ରିପୋର୍ଟ ଆସିନଥିଲା । ଏହାବାଦ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଶେଷ ହେବାକୁ ବିଳମ୍ବ ହୋଇଥିଲା । ମୃତ୍ୟୁର କାରଣ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶବକୁ ସଂରକ୍ଷିତ କରିବା ପାଇଁ ପ୍ରକ୍ରିୟା ମଧ୍ୟ ସମୟ ସାପେକ୍ଷ ।

ସେହିପରି ମୃତଦେହକୁ ଘରୋଇ ଜେଟରେ ପଠାଇବା ନେଇ ମଧ୍ୟ ଅନ୍ୟାନ୍ୟ ଆଇନଗତ ଦିଗ ରହିଛି । ଏସବୁ ଶେଷ ହେବା ପରେ ଶ୍ରୀଦେବୀଙ୍କ ମର ଶରୀର ଆଜି ମୁମ୍ବାଇ ଆସିବ ବୋଲି ‘ଖଲିଜ ଟାଇମ୍ସ’ ପ୍ରକାଶ କରିଛି । ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ବିମାନରେ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇରେ ପହଂଚିବ । ଶ୍ରୀଦେବୀଙ୍କ ମୃତ୍ୟୁ ସ୍ତବ୍ଧ ହୋଇଯାଇଛି ବଲିଉଡ । କେବଳ ଯେ ବଲିଉଡ ତାହା ନୁହେଁ ସାରା ଦେଶ ଶୋକପ୍ରକାଶ କରିଛି । ତାଙ୍କ ଶେଷ ଦର୍ଶନ ପାଇଁ ବାହାରେ ଥିବା ସମସ୍ତ କଳାକାର ମୁମ୍ବାଇ ଅଭିମୁଖେ ବାହାରିଛନ୍ତି । ଏବଂ ଅନିଲ କପୁରଙ୍କ ବାସଭବନରେ ମଧ୍ୟ ଏଥିପାଇଁ ଭିଡ ଜମିଛି । ଅ୍ରାଜି ମୁମ୍ବାଇର ପୱନ ହଂସ ଶ୍ମସାନରେ ଶ୍ରୀଦେବୀଙ୍କ ଅନ୍ତେଷ୍ଟୀକ୍ରୀୟା ସମ୍ପନ୍ନ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More