Only for Entertainment

ପ୍ରସ୍ତୁତ ହେବାକୁ ଯାଉଛି ‘ଗୁମନାମୀ ବାବା’ଙ୍କ ଉପରେ ଫିଲ୍ମ !

amarujala
0 36

ଫିଲ୍ମକାର ଶ୍ରୀଜିତ ମୁଖାର୍ଜୀ ‘ଗୁମନାମୀ ବାବା’ଉପରେ ଫିଲ୍ମ ପ୍ରସ୍ତୁତ କରିବା ଲାଗି ଯାଉଛନ୍ତି ଯାହାଙ୍କୁ ୧୯୭୦ମସିହାରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା ଏବଂ ଯାହଙ୍କୁ ସମସ୍ତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାବୁଥିଲେ । ନିଜର ପୂର୍ବ ଫିଲ୍ମ ‘ଉମା’ ପାଇଁ ପ୍ରଶଂସା ସାଉଂଟିଥିବା ମୁଖାର୍ଜୀ ପିଟିଆଇଙ୍କୁ କହିଛନ୍ତି ଯେ ସେ ୨୦୧୬ରେ ଗୁମନାମୀ ବାବାଙ୍କ ବିଷୟରେ ଖବରକାଗଜରେ ପଢିଥିଲେ ଯାହାପରେ ସେ ଏଭଳି ଫିଲ୍ମ ପ୍ରସ୍ତୁତ କରିବାକୁ ବିଚାର କରିଥିଲେ । ପ୍ରସନ୍ନ ଜିତ ଚାଟାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ । ମୁଖାର୍ଜୀ ଫିଲ୍ମକୁ ନେଇ କହିଛନ୍ତି ଯେ ଏବେ ସେ ହୋମୱାର୍କ କରୁଛନ୍ତି । ଏହି ଫିଲ୍ମ ବିଷୟରେ ସେ ଅଧିକ କିଛି କହି ନାହାନ୍ତି ।

ଶନିବାର ନିଜ ଟ୍ୱିଟର ଅକାଉଂଟରେ ନେତାଜୀଙ୍କ ଫଟୋ ଶେୟାର କରି ଟ୍ୱିଟ କରି କହିଛନ୍ତି ଯେ ଆଜି ହିଁ ୧୮ଅଗଷ୍ଟରେ ନେତାଜୀ ସୁଭାଷ ବୋଷ ତାଇବାନକୁ ଉଡାନ ଭରିଥିଲେ ଏବଂ ଏହାପରେ ସବୁଦିନ ପାଇଁ ଅର୍ନ୍ତଦ୍ଧାନ ହୋଇଯାଇଥିଲେ । ଏସବିଏଫ, ଶ୍ରୀଜିତ ମୂଖାର୍ଜୀ ଏବଂ ପ୍ରସନ୍ନଜିତ ଚାଟାର୍ଜୀ ଗୁମନାମ ବାବାଙ୍କ ଉପରେ ରହସ୍ୟମୟୀ ଫିଲ୍ମ ପ୍ରସ୍ତୁତ କରିବାର ଘୋଷଣା କରି ଉତ୍ସାହିତ ଅଛନ୍ତି । ବାବାଙ୍କୁ ଅନେକ ଲୋକ ନେତାଜୀ ଭାବୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More