Only for Entertainment

ମସଜିଦରେ ନମାଜ ପଢୁଥିଲେ ବାପା, ଝିଅ କାନ୍ଧରେ ଚଢି କରୁଛି ମସ୍ତି, ଦେଖନ୍ତୁ !

29

ଏବେ ମୁସଲିମଙ୍କ ରମଜାନ ମାସ ଚାଲିଥିବା ବେଳେ ଏକ ଛୋଟ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତଙ୍କ ମୁହଁରୁ କେବଳ କ୍ୟୁଟ ଶବ୍ଦ ଶୁଣିବାକୁ ମିଳୁଛି । ଏହି ଭିଡିଓରେ ନମାଜ ପଢୁଥିବା ବେଳେ ଝିଅଟି ମସ୍ତି କରୁଥିବାର ନଜର ଆସିଛି । ସେହିଭଳି ଏହି କୁନି ଝିଅର ବାପା ନମାଜ ପଢୁଛନ୍ତି ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେତେବେଳେ ଛୁଆଟିର ବାପା ନମାଜ ପଢୁଛନ୍ତି , ସେହିସମୟରେ କୁନି ଝିଅ ଦୌଡି ଯାଇ ବାପାଙ୍କ କାନ୍ଧରେ ଝୁଲି ପଢୁଛନ୍ତି । ମାତ୍ର ଛୁଆର ଏଭଳି ସ୍ୱଭାବରେ ବାପା ଅଟକି ନ ଯାଇ ନମାଜ ପଢିବାରେ ଲାଗି ପଡିଛନ୍ତି । ଏହି ଭିଡିଓ ଜମ୍ମୁ କାଶ୍ମୀର ସ୍ଥିତ ଶ୍ରୀନଗରର ଏକ ମସଜିଦ ବୋଲି କୁହାଯାଉଛି । ଯେଉଁଠି ସଂନ୍ଧ୍ୟାରେ ଲୋକମାନେ ଆସିଥିଲେ । ଏହି କୁନି ଝିଅ ମଧ୍ୟ ନିଜ ପରିବାର ଲୋକଙ୍କ ସହ ଆସିଥିଲା ଏବଂ ସେଠାରେ ମସ୍ତି କରିବାରେ ଲାଗି ପଡିଥିଲା । ଦେଖନ୍ତୁ ଭିଡିଓ-

କୁନି ଝିଅର କ୍ୟୁଟନେସରେ ଖୁସି ହୋଇ ୟୁଜର୍ସ ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଉପରବାଲା ମନସ୍କାମନା ପୁରଣ କରିବା ପାଇଁ ନୂଆ ପ୍ରକ୍ରିୟା ବ୍ୟବହାର କରିଥାଏ , ଏଥର କୁନି ଝିଅ ଖୁସି ଜରିଆରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More