Only for Entertainment

ଖୁବଶୀଘ୍ର ଏହି ବ୍ୟକ୍ତିଙ୍କୁ ବିବାହ କରିପାରନ୍ତି ସୃଷ୍ଟି ରୋଡେ ।

33

ବିଗବସ ୧୨ ପ୍ରତିଯୋଗୀ ସୃଷ୍ଟି ରୋଡେ ଏବେ ତାଙ୍କ ରିଲେସନସିପରେ ବ୍ରେକ ଅପ ଏବଂ ଅଫେୟର୍ସଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀର୍ଘ ସମୟ ଧରି ମନୀଷ ନାଗଦେବଙ୍କ ସହିତ ରିଲେସନରେ ଥିଲେ ସୃଷ୍ଟି । ଯାହାପରେ ବିଗବସ ଘରେ ତାଙ୍କର ଦେଖାହେଲା ରୋହିତ ସୁଚିନ୍ତଙ୍କ ସହିତ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ଅଫେୟର୍ସକୁ ନେଇ ଖୁବ ଚର୍ଚ୍ଚା ଚାଲିଲା ଏବଂ ଦୁଇଜଣଙ୍କ ମଧ୍ୟରେ ବ୍ରେକଅପକୁ ନେଇ ମଧ୍ୟ କଥା ଆଲୋଚନା ହେଲା । କିନ୍ତୁ ଏବେ ଚର୍ଚ୍ଚା ହେଉଛି ସୃଷ୍ଟି ଜଣେ ବିଜନେସମ୍ୟାନଙ୍କୁ ଡେଟ କରୁଛନ୍ତି ।

ଖବର ଅନୁସାରେ ସୃଷ୍ଟି ବିଜନେସମ୍ୟାନ ବିଜଲଙ୍କୁ ଡେଟ କରୁଛନ୍ତି ଏବଂ ଏବେ ବିଦେଶରେ ଛୁଟି ବିତାଉଛନ୍ତି । ଦୁଇଜଣ ଖୁବଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

ନିକଟ ଅତୀତରେ ସୃଷ୍ଟିଙ୍କ ପୂର୍ବ ବଏଫ୍ରେଣ୍ଡ ମନୀଷ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ସୃଷ୍ଟି ପ୍ରଫେସନାଲ ଲାଇଫ ପାଇଁ ତାଙ୍କ ଲାଭ ଉଠାଇଛନ୍ତି । ଏହା ମଧ୍ୟ ମନୀଷ ଲେଖିଥିଲେଯେ ୪ ବର୍ଷରେ ସେ ତାଙ୍କର ସମସ୍ତ ଉତ୍ସବ ଏବଂ କାମରେ ସୃଷ୍ଟିଙ୍କୁ ସାମିଲ କରିଥିଲେ । କିନ୍ତୁ ଗୋଟିଏ ଫୋନ କଲ କରି ସୃଷ୍ଟି ବ୍ରେକ ଅପ କରିଦେଲେ । ଯାହା ତାଙ୍କୁ ଏକ ବଡ଼ ଝଟକା ଭଳି ଲାଗିଲା । ମନୀଷ ସୃଷ୍ଟିଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି କହିବାରୁ ସୃଷ୍ଟି କ୍ୟାରିଅର ଉପରେ ଧ୍ୟାନ ଦେବାକୁ ଚାହୁଁଛି କହିଥିଲେ । ଯାହାପରେ ଦୁଇଜଣଙ୍କ ବ୍ରେକଅପ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More