Only for Entertainment

ଷ୍ଟାଚୁ ଅଫ ୟୁନିଟି: ପ୍ରଧାନମନ୍ତ୍ରୀ କିଛି ଏଭଳି ମନେ ପକାଇଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ , ଶେୟାର କଲେ ଭିଡିଓ !

32

ଦେଶର ଲୌହ ପୁରୁଷ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ଜୟନ୍ତୀର ଠିକ ଗୋଟେ ଦିନ ପୁର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ଅକାଉଂଟରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ସର୍ଦ୍ଦାର ପଟେଲଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିମାକୁ ଉଦଘାଟନ କରିଛନ୍ତି ।

ଉଦଘାଟନ ପରେ ଏହି ପ୍ରତିମା ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ହେବ । ଏହି ଭିଡିଓରେ ସର୍ଦ୍ଦାର ପଟେଲଙ୍କ ଥିବା ଯୋଗଦାନକୁ ମନେ ପକାଯାଇଛି । ଏହି ଭିଡିଓରେ ସ୍ୱର ଦେଇଛନ୍ତି ସୁଖୱିନ୍ଦର ସିଂ ।

 

ଏଠାରେ ଆମେ କହି ରଖୁଛୁ ଯେ ଏହି ପ୍ରତିମା ୪୫ଦିନର ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ଲାଗି ୩୦୦ଇଂଜିନିୟର ଏବଂ ୩୦୦୦ଶ୍ରମିକ ନିୟୋଜିତ ହୋଇଥିଲେ । ଏହି ମୂର୍ତ୍ତିର ଉଚ୍ଚତା ରହିଛି ୧୮୨ମିଟର , ଏବଂ ମୂର୍ତ୍ତିରେ ହାରାହାରି ୨୯୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More