Only for Entertainment

ବନ୍ଧୁତା କରିବା ସମୟରେ ଏହି ୫ ଜଣଙ୍କ ଠାରୁ ଦୂରରେ ରୁହନ୍ତୁ,

rentmantra.com
0 96

ଜୀବନରେ ବନ୍ଧୁ ଏବଂ ବନ୍ଧୁତାର ଆବଶ୍ୟକତା ନିହାତି ଭାବରେ ରହିଛି । ତେଣୁ ଏହି ଦୁଇଟି ଜୀବନର ଦୁଇଟି ଅବିଛେଦ୍ୟ ଅଙ୍ଗ । ଗୋଟିଏକୁ ଛାଡ଼ି ଅନ୍ୟଟିର ଅସ୍ଥିତ୍ୱ ନିହାତି ଅସମ୍ଭବ ।

ମହାଭାରତର ପ୍ରମୁଖ ପାତ୍ର ମାନଙ୍କ ମଧ୍ୟରୁ ମହାତ୍ମା ବିଦୁର ଜଣେ । ବିଦୁରଙ୍କୁ ଯମରାଜଙ୍କ ଅବତାର ବୋଲି କୁହାଯାଏ । ବିଦୁର ଦେଶ,କାଳ ଏବଂ ପରିସ୍ଥିତିକୁ ନେଇ ଯେଉଁ ସବୁ ସୂତ୍ର ବିଷୟରେ କହିଛନ୍ତି ତାହାକୁ ବିଦୁର ନୀତି ବୋଲି କୁହାଯାଏ । ଏହି ମଧ୍ୟରେ ସେ ବନ୍ଧୁତାକୁ ନେଇ ମଧ୍ୟ କିଛି କଥା କହିଛନ୍ତି । କାରଣ ବନ୍ଧୁତା ଏଭଳି ଏକ ସଂପର୍କ ଯାହା ରକ୍ତର ସଂପର୍କ ହୋଇନଥିଲେ ମଧ୍ୟ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂପର୍କ ହୋଇ ଯାଇଥାଏ । କେବେ କେବେ ଏହି ସଂପର୍କରେ ମଧ୍ୟ ଧୋକା ମିଳିଥାଏ । ତେବେ ଏହି ସବୁରୁ ବଂଚିବା ପାଇଁ ବିଦୁର କିଛି ନୀତି କହିଛନ୍ତି ଯାହା ଦ୍ୱାରା ଅସୁବିଧାରୁ ମୁକ୍ତି ମିଳିଥାଏ । ଜଣକୁ ବନ୍ଧୁ ଭାବେ ଗ୍ରହଣ କରିବା ପୂର୍ବରୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

  • ଅଭିମାନୀ- ଯେଉଁମାନେ ଟଙ୍କା,ପଦବୀ ଏବଂ ଅନ୍ୟ କୌଣସି କଥାକୁ ନେଇ ଗର୍ବ ଦେଖାଇଥାନ୍ତି ସେମାନେ କୌଣସି ସମୟରେ ମଧ୍ୟ କାହାର ବି ମଜାକ ଉଡାଇଥାନ୍ତି । ଏଭଳି ବ୍ୟକ୍ତି ସହିତ ବନ୍ଧୁତା କରିବା ସମୟରେ ସତର୍କ ରହିବା ଉଚିତ ।
  • ମୂର୍ଖ- ଯେଉଁ ବ୍ୟକ୍ତି ଭଲ ଓ ମନ୍ଦ ଏବଂ ଧର୍ମ ଓ ଅଧର୍ମ କଥା ଜାଣିନଥାଏ ସେହି ବ୍ୟକ୍ତି ମୂର୍ଖ ଭାବରେ ବିବେଚିତ ହୋଇଥାଏ । ଏଭଳି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ଅନୁଚିତ ।
  • କ୍ରୋଧୀ- ଯେଉଁ ବ୍ୟକ୍ତି ପ୍ରତି ଛୋଟ ଛୋଟ କଥାରେ ରାଗିଯାଏ,ସେଭଳି ବ୍ୟକ୍ତିଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ । ଏଭଳି ଲୋକଙ୍କର ବହୁ ଶତ୍ରୁ ମଧ୍ୟ ଥାନ୍ତି ।
  • ଅଧିକ ସାହାସୀ- କିଛି ଲୋକ ଅଧିକ ସାହସୀ ହେବା ଦ୍ୱାରା ସମୟେ ସମୟେ ଏଭଳି କିଛି କରି ବସନ୍ତି ଯାହା ଅନ୍ୟକୁ ଅସୁବିଧାରେ ପକାଇଥାଏ । ଏଭଳି ଲୋକଙ୍କ ସହିତ ବନ୍ଧୁତା କେବେ କେବେ ଲାଭଦାୟକ ହୋଇଥାଏ ଏବଂ ଆଉ କେବେ କ୍ଷତିକାରକ । ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ଭାବିବା ଦରକାର ।
  • ଧର୍ମହୀନ ପୁରୁଷ- ଯେଉଁମାନେ ଧର୍ମ ଉପରେ ବିଶ୍ୱାସ କରନ୍ତି ନାହିଁ ସେମାନେ କେବେ ମଧ୍ୟ ଭଲରେ ରହିନଥାନ୍ତି । ସେମାନେ ସବୁବେଳେ ଅଧର୍ମ କଥା କହିଥାନ୍ତି ଏବଂ କର୍ମ ମଧ୍ୟ ସେହିଭଳି କରିଥାନ୍ତି । ତେଣୁ ଏଭଳି ଲୋକଙ୍କ ସହିତ ବନ୍ଧୁତା କଲେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More