Only for Entertainment

ମନର ଡର ଠାରୁ ଦୂରେଇବା ପାଇଁ ଏହି ରଙ୍ଗର ବ୍ୟବହାରକୁ ବନ୍ଦ କରିବା ଉଚିତ । ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରଙ୍ଗ

youtube
0 65

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶି ପାଇଁ ଭିନ୍ନ ଭିନ୍ନ ରଙ୍ଗକୁ ଅନିର୍ବାଯ୍ୟ କରାଯାଇଛି ।ଯାହାକୁ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଜୀବନରେ ସୁଖ ଓ ସମୃଦ୍ଧି ବଢିବ ।
ମେଷ-ଏହି ରାଶିର ଲୋକମାନେ ବହୁ ସମୟରେ ବ୍ୟାଧିକୁ ନେଇ ଭ୍ରମରେ ରହିଥାନ୍ତି । ତେଣୁ ଏଥିରୁୁ ବଂଚିବା ପାଇଁ ଏହି ରାଶିର ଲୋକମାନେ ଭଲ ଭୋଜନ କରିବାକୁ ପସନ୍ଦ କରନ୍ତି । ଏହା ସହିତ ଏହି ବ୍ୟକ୍ତିମାନେ ତୈଳ,ମସଲା ଏବଂ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ । ବାସ୍ତୁ ଅନୁସାରେ ଏମାନେ କଳା ରଙ୍ଗ ଠାରୁ ଦୂରଇ ରହିବା ଉଚିତ ।
ବୃଷ-ଏହି ରାଶିର ଲୋକମାନେ ନିଜ କଳ୍ପନାକୁ ଡରିଥାନ୍ତି । କିନ୍ତୁ ବିଚାରକୁ ନେଇ ଏମାନେ ସ୍ଥିର ହୋଇଯାନ୍ତି । ଏହି କମଜୋରିକୁ ଦୂର କରିବା ପାଇଁ ଏମାନେ କ୍ରୋଧକୁ କମ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକମାନେ ଲାଲ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ତାଙ୍କ ପାଇଁ ଅଶୁଭ ହୋଇଥାଏ ।
ମିଥୁନ-ଏହି ରାଶିର ସବୁଠାରୁ ବଡ଼ କମଜୋରି ହେଉଛି ଡର ଏବଂ ଭୟ । ଏମାନେ ଭ୍ରମାତ୍ମକ କଥାକୁ ସମ୍ଭାଳି ନିଅନ୍ତି ଏବଂ ନିଜ ବୁଦ୍ଧିର ବ୍ୟବହାର କରନ୍ତି । ଏହି ରାଶିର ଲୋକମାନେ ହନୁମାନଙ୍କ ପୂଜା କଲେ ଲାଭ ପାଇଥାନ୍ତି ।
କର୍କଟ-ଏହି ରାଶିର ଲୋକମାନେ ଭାବନାତ୍ମକ ରୂପରେ କମଜୋର ହୋଇଥାନ୍ତି । ବ୍ୟାଧିକୁ ନେଇ ଏମାନଙ୍କ ମନରେ ଅଧିକ ଭ୍ରମ ସୃଷ୍ଟି ହୋଇଥାଏ । ଏମାନେ ଲାଲ ରଙ୍ଗ ଠାରୁ ଦୂରେଇ ରହିବା ସହିତ ସୂର୍ଯ୍ୟଙ୍କୁ ଜଳ ଟେକିବା ଉଚିତ ।
ସିଂହ-ଏହି ରାଶିର ଲୋକମାନେ କୌଣସି କଥାକୁ ଡରି ନଥାନ୍ତି । କିନ୍ତୁ କେବେ କେବେ ସଂପର୍କକୁ ନେଇ ଭ୍ରମରେ ରୁହନ୍ତି । ଏମାନେ ଅଧିକ କାମ ଠାରୁ ନିଜକୁ ବଂଚାଇ ରଖିବା ଉଚିତ । ସବୁଜ ରଙ୍ଗ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ ।
କନ୍ୟା-ଏମାନେ ଆଧ୍ୟାତ୍ମିକ କଥାକୁ ଅଧିକ ବିଶ୍ୱାସ କରନ୍ତି । କିନ୍ତୁ କେବେ କେବେ ବିନା କାରଣରେ ଏମାନେ ଡରି ଯାଆନ୍ତି । ଲମାନଙ୍କୁ ନିଜ ନିଷ୍ପତ୍ତିରେ ଅଧିକ ଧ୍ୟାନ ଦେବା ଉଚିତ । ଲାଲ ରଙ୍ଗ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ ।
ତୁଳା-ଏମାନେ ନିଜ କଳ୍ପନା ମଧ୍ୟରେ ରୁହନ୍ତି । ନିଜ କଳ୍ପନାରେ ରହିବା ଦ୍ୱାରା ଏମାନଙ୍କୁ ଭ୍ରମ ହୋଇଥାଏ । ତେବେ ଏହି ରାଶିର ଲୋକମାନେ ପ୍ରତିଦିନ ନିଜ ଈଷ୍ଟଦେବଙ୍କୁ ପୂଜା କରିବା ଉଚିତ । ଏହା ସହିତ ହଳଦିଆ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ ।
ବିଛା-ଏହି ରାଶିର ଲୋକମାନେ ଖୁବ ଦୁର୍ବଳ । ଜୀବନର ପ୍ରତ୍ୟେକଟି ସ୍ତରରେ ଏମାନେ ଡରିଯାନ୍ତି । ଏମାନେ ନିଜ ଖାଦ୍ୟପେୟ ପ୍ରତି ଧ୍ୟନ ଦେବା ଉଚିତ ଏବଂ ଲାଲ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ ।
ଧନୁ- ଏମାନେ ଶକ୍ତିଶାଳୀ ଏବଂ ଆଧ୍ୟାତ୍ମିକ ହୋଇଥାନ୍ତି । ଏମାନଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି କ୍ରୋଧ, ତେଣୁ ଏହାକୁ କାବୁ କରିବା ଉଚିତ ।
ମକର-ଏମାନେ ପ୍ରତ୍ୟେକଟି କଥାରେ ଡରିଯାନ୍ତି । ଏମାନେ ଭାବି ଚିନ୍ତି ବନ୍ଧୁତା କରିବା ଉଚିତ ଏବଂ ଏମାନେ ମାଟିଆ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ ।
କୁମ୍ଭ-ଏହି ରାଶିର ଲୋକମାନେ କଳ୍ପନାଶୀଳ ଏବଂ ଭାବୁକ ହୋଇଥାନ୍ତି । ଏମାନେ ନିଶା ଠାରୁ ଦୂରେଇ ରହିବା ଉଚିତ ଏବଂ ସାତ୍ତ୍ୱିକ ହେବା ଉଚତ । ଏଭଳି ବ୍ୟକ୍ତିମାନେ ଲାଲ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ ।
ମୀନ-ବିଶେଷ କରି ଏମାନଙ୍କର କୌଣସି କମଜୋରି ନଥାଏ । କିନ୍ତୁ ଯଦି କିଛି କଥା ଏମାନଙ୍କ ମନରେ ରହିଯାଏ ତାହା ସହଜରେ ଭୁଲନ୍ତି ନାହିଁ । ଏମାନେ ସପ୍ତାହକୁ ଥରେ ବ୍ରତ କରିବା ଉଚିତ ଏବଂ ଦୁଗ୍ଧ ପାନ କରିବା ଉଚିତ । ସବୁଜ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More