Only for Entertainment

ଦୃଷ୍ଟି ହୀନ ଷ୍ଟିବଙ୍କ ସାହସକୁ ସଲାମ, ପେସିଫିକ ସାଗରରେ ପୂରା କରିବାକୁ ବାହାରିଛନ୍ତି ଏହି ମିଶନ ।

punjab kesari
0 25

ସାହସ ଥିଲେ ଲକ୍ଷ୍ୟ ପୂରଣ ହେବା ପାଇଁ କିଛି କଷ୍ଟ ଅନୁଭବ ହୋଇ ନଥାଏ,ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି ଅସହାୟ ବ୍ୟକ୍ତି । ଏହାକୁ ପ୍ରମାଣ କରିବାକୁ ଯାଉଛନ୍ତି ପେସିଫିକ ସାଗର ପାର କରିବା ପାଇଁ ଡଙ୍ଗା ନେଇ ବାହାରିଥିବା ୫୬ ବର୍ଷର ନେତ୍ରହୀନ ଷ୍ଟିବ ପାକର୍ସ । ୯୦ ପ୍ରତିଶତ ପୂରା କରି ସାରିଥିବା ଷ୍ଟିବ ପାକର୍ସ ୬ ଜୁନକୁ କାଲିଫର୍ଣ୍ଣିଆରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ସାଗରକୁ ପୂରା କରିବା ପାଇଁ ତାଙ୍କୁ ୪୦୦୦ କିମି ଅତିକ୍ରମ କରିବାକୁ ପଡ଼ିବ । କୁହାଯାଉଛିଯେ ସେ ଶୁକ୍ରବାରକୁ ଫିନିସ ଲାଇନ ଅତିକ୍ରମ କରିଦେବେ । ଏବେ ସେ ଓହିଓରେ ଅଛନ୍ତି ।

ସବୁଠାରୁ ଖାସ କଥା ହେଉଛିଯେ ନେତ୍ରହୀନ ହୋଇ ମଧ୍ୟ ସେ ଏଥିରେ ଲାଗି ପଡ଼ିଛନ୍ତି । ରେସରେ ଭାଗ ନେଇଥିବା ୫ଟି ଦଳ ମଧ୍ୟରୁ ଦୁଇ ଜଣ ଜିଥିଛନ୍ତି,ଦୁଇ ଜଣ ହାର ମାନି ଫେରି ଯାଇଛନ୍ତି ଏବଂ ଷ୍ଟିବ ମଧ୍ୟ ଜିତିବା ଲକ୍ଷ୍ୟରେ ଯାଉଛନ୍ତି । ତାଙ୍କ ସହିତ ମିକ ଡାସନ ଅଛନ୍ତି । ଦୁଇ ଜଣ ପୂର୍ବରୁ ଜସ୍ୱାନ ଥିଲେ ଏବଂ ଯୁଦ୍ଧ ସମୟରେ କୌଣସି କାରଣୁ ଷ୍ଟିଭ ତାଙ୍କ ଆଖିର ରଶ୍ମିକୁ ହରାଇଥିଲେ ।

୮୦ ଦିନର ଲମ୍ବା ସମୟ ମଧ୍ୟରେ ଷ୍ଟିଭ ଏବଂ ତାଙ୍କ ସାଙ୍ଗ ବହୁ ସାମୂଦ୍ରିକ ଜୀବ ଏବଂ ଝଡ଼ ତୋଫାନକୁ ସାମ୍ନା କରିଛନ୍ତି । ୧୩୫ କିମି ବେଗରେ ଯାଉଥିବା ପବନର ମଧ୍ୟ ସାମ୍ନା କରିବାକୁ ପଡ଼ିଛି ଷ୍ଟିବଙ୍କୁ । ଷ୍ଟିବଙ୍କୁ ନିଜ ଉପରେ ଖୁବ ବିଶ୍ୱାସ ଅଛି ଏବଂ ସେ ଏହାକୁ ପୂରା କରିବା ଦିଗରେ ଅଛନ୍ତି । ତେବେ କେତେକ ଥର ତାଙ୍କ ଡଙ୍ଗା ବୁଡ଼ିବାରୁ ମଧ୍ୟ ରକ୍ଷା ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More