Only for Entertainment

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ହୋଇଥିବା ବାତ୍ୟାର ନାମ କାହିଁକି ‘ତିତଲୀ’ ରଖାଗଲା? ଜାଣନ୍ତୁ କାରଣ ।

DNA India
49

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ତିତଲୀର ପ୍ରଭାବ ପଡ଼ିସାରିଛି । ଏହି କାରଣରୁ ଉପକୂଳବର୍ତ୍ତୀ ଅଂଚଳ ମାନଙ୍କରେ ରହୁଥିବା ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଓଡ଼ିଶାରେ କେତେକ ସ୍ଥାନରେ ବାତ୍ୟା ଯୋଗୁଁ ରେଡ଼ ଆଲର୍ଟ ଘୋଷଣା କରାଯାଇଛି । ଏଥିରୁ ବଂଚିବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନେଇଛନ୍ତି । ଏହି ବାତ୍ୟାକୁ ନେଇ ଏକ ମଜାଦାର କଥା ହେଉଛି ଏହାର ନାମ ରଖାଯାଇଛି ତିତଲୀ ଏବଂ ଏହା ପାକିସ୍ତାନ ଦ୍ୱାରା ନାମକରଣ କରାଯାଇଛି । ସାଧାରଣ ଭାବରେ ଝଡ଼ ବାତ୍ୟାର କୌଣସି ନାମ ନଥାଏ । ଏଭଳି ନାମକରଣ ପ୍ରକ୍ରିୟା ୧୯୫୦ରେ ଆରମ୍ଭ ହୋଇଥିଲା ।

କୌଣସି ବାତ୍ୟାର ନାମ ଦେବା ପାଇଁ ବର୍ଣ୍ଣମାଳା ଅନୁସାରେ ଏକ ଲିଷ୍ଟ ପ୍ରସ୍ତୁତ କରାଯାଏ । ବାତ୍ୟା ପାଇଁ କ୍ୟୁ,ୟୁ,ଏକ୍ସ,ୱାଇ ଓ ଜେଡ ଭଳି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ରଖାଯାଏ ନାହିଁ । ଆଟଲାଂଟିକ ଏବଂ ପୂର୍ବ ଉତ୍ତର ପ୍ରଶାନ୍ତ କ୍ଷେତ୍ରରେ ଆସୁଥିବା ବାତ୍ୟାର ନାମ ଦେବା ପାଇଁ ୬ଟି ଲିଷ୍ଟ ପ୍ରସ୍ତୁତ ହୋଇଥାଏ ଏବଂ ସେଥିରୁ ଗୋଟିଏ ନାମକୁ ଚୟନ କରାଯାଏ । ଆଟଲାଂଟିକ କ୍ଷେତ୍ରରେ ଆସୁଥିବା ବାତ୍ୟା ପାଇଁ ୨୧ଟି ନାମ ରହିଛି ।

ବାତ୍ୟାର ନାମକରଣ ପାଇଁ ଆଇ ଇଭେନର ଫର୍ମୁଲାର ବ୍ୟବହାର କରାଯାଏ । ଯୁଗ୍ମ ବର୍ଷ ଯେପରି ୨୦୦୨,୨୦୦୮ ଏବଂ ୨୦୧୪ରେ ଯଦି ବାତ୍ୟା ଆସିଥାଏ ତେବେ ତାହା ଏକ ପୁରୁଷଙ୍କ ନାମରେ ନାମକରଣ ହୋଇଥିବ । ସେହିପରି ଅଯୁଗ୍ମ ବର୍ଷ ଯେପରି ୨୦୦୩,୨୦୦୫ ଏବଂ ୨୦୦୭ରେ ଯଦି ବାତ୍ୟା ଆସିଥିବ ତେବେ ତାହାର ନାମ ଏକ ମହିଳାଙ୍କ ନାମରେ ରଖାଯାଇଥିବ । ଗୋଟିଏ ନାମକୁ ୬ ବର୍ଷ ମଧ୍ୟରେ ପୁନର୍ବାର ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ବାତ୍ୟା ଅଧିକ ତଳିତଳାନ୍ତ କରିଥିବ ତେବେ ତାହାର ନାମ ସବୁଦିନ ପାଇଁ ହଟାଇ ଦିଆଯାଏ ।

ଭାରତରେ ୨୦୦୪ରେ ବାତ୍ୟାର ନାମ ଦେବା ଆରମ୍ଭ ହୋଇଥିଲା । ଭାରତ,ପାକିସ୍ତାନ,ଶ୍ରୀଲଙ୍କା,ବାଂଲାଦେଶ,ଥାଇଲ୍ୟାଣ୍ଡ,ମିଆଁମାର,ଓମାନ ଏବଂ ମାଲଦୀବ ନାମର ଏକ ଲିଷ୍ଟ ପ୍ରସ୍ତୁତ କରି ବିଶ୍ୱ ମୌସମ ବିଜ୍ଞାନ ସଂଗଠନକୁ ହସ୍ତାନ୍ତର କରିଥିଲେ । ଯେତେବେଳେ ଏହି ଦେଶ ମାନଙ୍କରେ କେବେ ବାତ୍ୟା ଆସିଥାଏ ତେବେ ସେହି ମଧ୍ୟରୁ ଚୟନ କରି ନାମ ଦିଆଯାଇଥାଏ । ଏହିଥର ନାମ ଦେବାର ପାଳି ପାକିସ୍ତାନର ଥିଲା,ତେଣୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଆସିଥିବା ବାତ୍ୟାର ନାମ ରଖାଗଲା ତିତଲୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More