Only for Entertainment

ଜାଣନ୍ତୁ ମହା ଶିବରାତ୍ରୀ ପଛର ଏହି ଅଲୌକିକ କାହାଣୀ !

Religion World
42

ଫଗୁଣ ମାସର କୃଷ୍ଣପକ୍ଷର ଚତୁର୍ଥୀ ତିଥିକୁ ମହା ଶିବରାତ୍ରୀ ଭାବେ ସଭିଁଏ ଜାଣନ୍ତି। ଏହି ଦିନ ଭକ୍ତମାନେ ଯାହା ମନାସନ୍ତି ଭକ୍ତି ଅନୁସାରେ ଫଳ ନିଶ୍ଚୟ ମିଳିଥାଏ। ପାରିବାରିକ ସମସ୍ୟା, ରୋଗବ୍ୟାଧି ଓ ଧନ, ସନ୍ତାନପ୍ରାପ୍ତି, ବିବାହ ଆଦି ବିଭିନ୍ନ ସମସ୍ୟା ନେଇ ଭକ୍ତ ଗଣ ମହାଦେବଙ୍କ ନିକଟରେ ପହଞ୍ଚିଥାନ୍ତି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ମହାଶିବ ରାତ୍ରୀରେ କେବେ କୌଣସି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ ଶିବ ସତୀଙ୍କୁ ଭେଟିଥିଲେ। ଶିବ ଏହି ଦିନରେ ସତୀଙ୍କୁ ପାଇ ସଂପୂର୍ଣ୍ଣ ହୋଇଥିବା ହେତୁ ସେ ଖୁସି ମନରେ ଭକ୍ତକୁ ହାତ ଖୋଲି ବରଦାନ ଦିଅନ୍ତି ବୋଲି ଭକ୍ତିମାନେ ବିଶ୍ୱାସ କରନ୍ତି। ଶିବ ରାତ୍ରିରେ ଜଳରୁ ନେଇ ଖିର ପର୍ଯ୍ୟନ୍ତ ଭକ୍ତଗଣ ଅଭିଷେକ ବି କରିଥାନ୍ତି। ଥରେ ଶଙ୍କର ମାଆ ପାର୍ବତୀଙ୍କୁ ଶିବ ରାତ୍ରୀର ଗୁରୁତ୍ୱ ବଝାଇବା ଉଦେଶ୍ୟରେ ଏକ କାହାଣୀ କହିଥିଲେ। ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

ଚିତ୍ରଭାନୁ ନାମକ ଜଣେ ଶିକାରୀ ଥିଲେ। ସେ ଋଣ ଭାରରେ ବୁଡ଼ି ରହିଥିଲେ। ସେ ଯେଉଁ ଲୋକଠାରୁ ଋଣ ନେଇଥିଲା ସେହି ଲୋକଟି ଦିନେ ତାଙ୍କୁ ବାନ୍ଧି ନେଇଗଲା। ବାନ୍ଧି ନେଇ ଏକ ଶିବ ମନ୍ଦିର ଭିତରେ ବନ୍ଦି କରି ରଖିଲା। ଯୋଗକୁ ସେଦିନ ଥାଏ ଶିବରାତ୍ରୀ। ଚିତ୍ରଭାନୁ ଶିବରାତ୍ରୀ ପରି ଦିନରେ ଦିନଟା ଯାକ ଅଖିଆ ଅପିଆ ମନ୍ଦିର ଭିତରେ ପଡ଼ି ରହି ଶିବ ଦର୍ଶନ କଲେ। ତାଙ୍କ ଅଜାଣତରେ ସେ ଶିବ ବ୍ରତ ପାଳନ କରି ଚାଲିଥାନ୍ତି। ସଂଧ୍ୟା ହେବା ପରେ ବନ୍ଦି କରିଥିବା ବ୍ୟକ୍ତି ଜଣକ ଚନ୍ଦ୍ରଭାନୁଙ୍କୁ ଦୟା ପାଇ ମୁକ୍ତ କରିଦେଲା।

shivaratri-dehradun_1518464386

ଚନ୍ଦଭାନୁ ଶିକାର ପାଇ ବନକୁ ଫେରିଲା। ବନରେ ବୁଳି ବୁଲି କିଛି ଖାଇବା ପାଇଁ ପାଇଲା ନାହିଁ। ଗୋଟିଏ ବେଲ ଗଛ ତଳେ ଯାଇ ବସି ପଡ଼ିଲା। ସେଠାରେ ବେଲ ପତ୍ର କୁଢ଼ ହୋଇଥାଏ। ଚନ୍ଦ୍ରଭାନୁ ଗୋଟିଏ ଗୋଟିଏ ବେଲ ପତ୍ର ଆଣି ଖାଇବାକୁ ଲାଗିଲା। ଶେଷରେ ଦେଖେ ଯେ ବେଲପତ୍ର ତଳେ ଶିବଲିଙ୍ଗ ଥିଲା। ଚନ୍ଦ୍ରଭାନୁଙ୍କର ଏକ ପ୍ରକାରର ବ୍ରତ ସମାପ୍ତ ହେଲା।

ସେହି ବାଟ ଦେଇ ଏକ ମୃଗ ଯାଉଥିଲା। ତାକୁ ଚନ୍ଦ୍ରଭାନୁ ମାରିବାକୁ ବାହାରିଲେ। ମୃଗଟି ବିନୟ ସ୍ୱରରେ କହିଲା, ମୁଁ ଗର୍ଭବତୀ। ମୋ ପିଲା ଜନ୍ମ ନେବା ପର୍ଯ୍ୟନ୍ତ ଆପେକ୍ଷା କର। ତା’ପରେ ମାରିଦେବ। ଚନ୍ଦ୍ରଭାନୁ ମୃଗଟିକୁ ଛାଡ଼ି ଦେଲେ। ସେହି ବାଟ ଦେଇ ଆଉ ଏକ ମୃଗ ଯାଉଥିଲା, ତା’ ସହ ଥିଲା ଏକ କୁନି ମୃଗ ଛୁଆ। ଚନ୍ଦ୍ରଭାନୁ ତା’କୁ ମାରିବାକୁ ବାହାରିବାରୁ ସେ ବି ଅନୁରୋଧ କରି କହିଲା, ମୁଁ ମୋ ସ୍ୱାମୀଙ୍କ ଜିମାରେ ମୋ ପିଲାକୁ ଦେଇ ଆସେ ତୁମେ ମୋତେ ମାରିଦେବ। ଚନ୍ଦ୍ରଭାନୁ ସେ ମୃଗକୁ ବି ଛାଡ଼ିଦେଲେ। ଶେଷରେ କିଛି ସମୟ ପରେ ୪ ଜଣ ମୃତ ଆସି ପହଞ୍ଚିଲେ। ସେ ଛାଡ଼ି ଦେଇଥିବା ଦୁଇ ମାଈ ମୃଗ, ଦୁଇ ମୃଗ ଛୁଆ ଓ ସେ ଦୁହିଁକ ସ୍ୱାମୀ। ସେମାନେ କହିଲେ ତୁମେ ଏବେ ଆମକୁ ମାରିପାର। ମୃଗମାନଙ୍କ ସଚ୍ଚୋଟ ନୀତି ଦେଖି ଚନ୍ଦ୍ରଭାନୁଙ୍କର ବୁଦ୍ଧି ଉଦୟ ହେଲା। ସେ ସେମାନଙ୍କୁ ଛାଡ଼ିଦେଲେ।

ବାସ୍ତବରେ ସେ ସବୁ ମୃଗ ଦୈବଲୋକରୁ ଆସିଥିଲେ, ଚନ୍ଦ୍ରଭାନୁଙ୍କ ହୃଦୟ ପରୀକ୍ଷା କରିବାକୁ । ଚନ୍ଦ୍ରଭାନୁଙ୍କ ଉଦାରତା ଦେଖି ଶଙ୍କର ତାଙ୍କୁ ମୋକ୍ଷ ପ୍ରାପ୍ତି ବରଦାନ ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More