Only for Entertainment

ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ରେବତୀ’ , ଗୌରହରି ଦାସଙ୍କ କାହାଣୀରୁ ପ୍ରେରିତ !

53

ଓଡିଶାରେ ଦିନକୁ ଦିନ ଡିଜିଟାଲ୍ ମିଡିଆର ଚାହିଦା ବୃଦ୍ଧି ପାଉଛି । ଏହି ଧାରାରେ ଅନେକ ନବାଗତ ଫିଲ୍ମମେକର୍ ନିଜକୁ ସାମିଲ୍ କରିଛନ୍ତି । ଆଉ ପ୍ରସ୍ତୃତ କରୁଛନ୍ତି ଆକର୍ଷଣୀୟ ସର୍ଟ ଫିଲ୍ମ । ସେମିତି ଏକ ସର୍ଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି ଟେକ୍ନୋଆର୍ଟ ପ୍ରଡକ୍ସନ ହାଉସ । ଯାହାର ଟାଇଟଲ ରହିଛି ‘ରେବତୀ’ । ୟୁଟ୍ୟୁବର ଟେକ୍ନୋଆର୍ଟ ଚ୍ୟାନେଲରେ ୧୬ନଭେମ୍ବରରେ ଏହାର ପ୍ରିମିୟର ହୋଇଛି ।

ଏଥିରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁପମ ପଟ୍ଟନାୟକ ଏବଂ କ୍ରିଏଟିଭ ଡିରେକ୍ଟର ଭାବେ କାର୍ଯ୍ୟ ତୁଲାଇଛନ୍ତି ଅଙ୍କିତ ରାୟ । ଏହି ସର୍ଟ ଫିଲ୍ମରେ ଅଭିନୟ କରିଛନ୍ତି ବର୍ଷା ପଟ୍ଟନାୟକ, ଚୌଧୁରୀ ଜୟପ୍ରକାଶ ଦାସ, ବିଶ୍ୱଦୀପ ଦାଶ, ଶିଭମ ସାହୁ, ଭୂପତି ତ୍ରିପାଠୀ, ରୋଶନ ବିଶୋଇ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ସର୍ଟ ଫିଲ୍ମ ୫୦ଘଂଟାରେ ସୁଟ ହୋଇଥିଲା । ଭିଡିଓଟି ୨୩ମିନିଟର ଅଟେ । ଗୌରହରି ଦାସଙ୍କ କାହାଣୀକୁ ନେଇ ଏହି ସର୍ଟ ଫିଲ୍ମ ପ୍ରେରିତ ଅଟେ । ଏହି ରେବତୀ କାହାଣୀ ଏକ ଝିଅକୁ ନେଇ ଆଧାରିତ , ଯିଏ ନିଜର କିଛି ବାକି କାମ ପୂରା କରିବାକୁ ଗାଁ କୁ ଫେରିଛି । ମାତ୍ର ତା’ର ଅତୀତ ବିଭ୍ରାଟ ସୃଷ୍ଟି କରିଛି । ତେବେ ଏହି ପରିସ୍ଥିତିରେ ସେ ସଠିକ ରାସ୍ତାରେ ଯାଉଛି କି କ’ଣ ତାହା ଏହି ସର୍ଟ ଫିଲ୍ମ ଦେଖିଲେ ଆପଣ ଜାଣି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More