Only for Entertainment

ବନ୍ଧୁଙ୍କ ମୃତ୍ୟୁ ପରେ ସାଜିଥିଲେ ଭଗବାନ, ଭଉଣୀ ବନାଇ ବିବାହ ବେଳେ କରିଥିଲେ କନ୍ୟାଦାନ !

DNA India
0 31

ଖାନଙ୍କ ମଧ୍ୟରୁ ସବୁଠାରୁ ବିଶାଳ ହୃଦୟ ଥିବା ଖାନ ଭାବେ ପରିଚିତ ଅଟନ୍ତି ସଲମାନ ଖାନ । ସଲମାନ ସବୁବେଳେ ବନ୍ଧୁଙ୍କ ପାଇଁ ଆଗେଇ ଆସନ୍ତି ଏବଂ ଏଭଳି ଅନେକ ଲୋକଙ୍କ ଜୀବନକୁ ସାକାର କରିବାରେ ସଲମାନଙ୍କ ହାତ ରହିଛି । ସେହିଭଳି କିଛି ହୋଇଛି ଶ୍ୱେତାଙ୍କ ଜୀବନରେ ।

ଶ୍ୱେତା ରୋହିରା ସଲମାନଙ୍କ ଧରମ ଭଉଣୀ ଅଟନ୍ତି । ସେ ପ୍ରତିବର୍ଷ ସଲମାନଙ୍କୁ ରାକ୍ଷୀ ବାନ୍ଧନ୍ତି । ସଲମାନଙ୍କୁ ପ୍ରତିବର୍ଷ ଅଲବୀରା ଏବଂ ଅର୍ପିତାଙ୍କ ବ୍ୟତୀତ ଶ୍ୱେତା ମଧ୍ୟ ରାକ୍ଷୀ ବାନ୍ଧିଥାଆନ୍ତି । ସଲମାନ ଶ୍ୱେତାଙ୍କର ସେତେବେଳେ ସାହାରା ହୋଇଥିଲେ ଯେଉଁ ସମୟରେ ତାଙ୍କ ବାପାଙ୍କର ନିଧନ ହୋଇଥିଲା । କାରଣ ଶ୍ୱେତା ରୋହିରାଙ୍କ ବାପା ସୁନୀଲ ରୋହିରା ସଲମାନଙ୍କର ଖୁବ ଭଲ ବନ୍ଧୁ ଥିଲେ ।
ଶ୍ୱେତାଙ୍କ ବାପାଙ୍କର ନିଧନ ପରେ ସଲମାନ ଶ୍ୱେତା ଏବଂ ତାଙ୍କ ଭାଇଙ୍କର ଦାୟିତ୍ୱ ବହନ କରିଥିଲେ । ଯେହେତୁ ଶ୍ୱେତା ପିଲାଦିନୁ ସଲମାନଙ୍କୁ ରାକ୍ଷୀ ବାନ୍ଧି ଆସୁଥିଲେ ଏବେ ମଧ୍ୟ ସେ ଏହି ରାକ୍ଷୀ ବାନ୍ଧିବା ପ୍ରଥା ବଜାୟ ରଖିଛନ୍ତି ।

୨୦୧୪ରେ ଶ୍ୱେତାଙ୍କ ବିବାହ ସଲମାନ କରାଇଥିଲେ ବଲିଉଡ କଳାକାର ପୁଲକିତ ସମ୍ରାଟଙ୍କ ସହ , ଯାହା ବେଶୀ ଦିନ ତିଷ୍ଠି ପାରି ନଥିଲା । ବର୍ଷକ ମଧ୍ୟରେ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା । ଏହାର କାରଣ ପୁଲକିତଙ୍କର ୟାମୀ ଗୌତମଙ୍କ ସହ ଅଫେୟାର । ଯେଉଁକାରଣରୁ ସଲମାନ ପୁଲକିତଙ୍କ ଉପରେ ରାଗି ଯାଇଥିଲେ ।

ଶ୍ୱେତା ଜଣେ ସାମ୍ବାଦିକ ଅଟନ୍ତି ଏହାମଧ୍ୟରେ ତାଙ୍କର ପୁଲକିତଙ୍କ ସହ ବନ୍ଧୁତା ବଢିଥିଲା । ବନ୍ଧୁତା ଖୁବ ଶୀଘ୍ର ପ୍ରେମରେ ପାଲଟିବାରୁ ବିବାହ କରାଯାଇଥିଲା, ଯାହା କିଛି ମଧ୍ୟରେ ଭାଙ୍ଗି ଯାଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More