Only for Entertainment

ଏହି ପାର୍ଟିରେ ଡାନ୍ସ କରୁଥିବାର ନଜର ଆସିଲେ ଶାହରୁଖଙ୍କ ଲାଡଲୀ ସୁହାନା, ଅନନ୍ୟା ପାଣ୍ଡେ ସୁଟ କଲେ ଭିଡିଓ !

89

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସୁହାନାଙ୍କ ସହ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର୨’ର ଅଭିନେତ୍ରୀ ଏବଂ ସୁହାନା ଙ୍କ ବେଷ୍ଟ ଫ୍ରେଣ୍ଡ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିଛନ୍ତି । ସେହିଭଳି ଏବେ ଦୁହିଁଙ୍କ ବ୍ୟତୀତ ତାଙ୍କର ଅନ୍ୟ ବନ୍ଧୁ ସନାୟା କପୂର ମଧ୍ୟ ମସ୍ତିଭରା ମିଜାଜରେ ନଜର ଆସିଛନ୍ତି । ଏହି ୩ଜଣଙ୍କର ଭିଡିଓ କୌଣସି ଏକ ପାର୍ଟିର, ଯେଉଁଠି ଏମାନେ ଏଂଜୟ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ସୁହାନା , ଅନନ୍ୟା ଏବଂ ଶନାୟା କପୂର ତିନି ଜଣ କାଜୁଆଲ ଆଉଟଫିଟରେ ନଜର ଆସିଛନ୍ତି । ସେହିଭଳି ତିନି ଜଣ ‘ମ୍ୟୁଜିକ ରୁଡ’ଟ୍ୟୁନରେ ଡାନ୍ସ କରୁଥିଲେ । ଏହି ଭାଇରାଲ ଭିଡିଓରେ ଆପଣ ମଧ୍ୟ ଦେଖି ପାରୁଥିବେ ଅନନ୍ୟା ଭିଡିଓ ବନାଉଛନ୍ତି ତ ସୁହାନା ନିଜ ଚେହେରା ଲୁଚାଇ ନେଉଛନ୍ତି , କିନ୍ତୁ ପରେ ଡାନ୍ସ କରିବାକୁ ଲାଗିଛନ୍ତି ।

 

View this post on Instagram

 

My babies ❤??. • • • cr video ? @bollywoodstarskids thank u ❤ #Suhanakhan #ananyapanday

A post shared by suhana khan ( READ BIO PLS?) (@suhanakha2) on

ଏଠାରେ ଆମେ କହି ରଖୁଛୁ ଯେ ସୁହାନା ଖାନ ଏବେ ପର୍ଯ୍ୟନ୍ତ ବଲିଉଡରେ ସିନା ଡେବ୍ୟୁ କରିନାହାନ୍ତି , ମାତ୍ର ତାଙ୍କର ସୋସିଆଲ ମିଡିଆରେ ଖୁବ ଫ୍ୟାନ ଫଲୋର୍ସ ଅଛନ୍ତି । ତାଙ୍କର କିଛି ବି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More