Only for Entertainment

ଜାଣନ୍ତୁ ଶ୍ରାବଣ ଶିବରାତ୍ରୀର ମହତ୍ୱ ଏବଂ ପୂଜା କରିବାର ବିଦ୍ଧି

google
66

ଭଗବାନ ଶିବଙ୍କୁ ସମର୍ପିତ ଶ୍ରାବଣ ମାସ ଚଳିତ ବର୍ଷ ୧୭ ଜୁଲାଇରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଶ୍ରାବଣ ମାସରେ ମହାଶିବରାତ୍ରୀ ପର୍ବ ମଧ୍ୟ ପାଳନ କରାଯାଏ । ଶ୍ରାବଣ ମାସ ସୋମବାର ଦିନ କାଉଡିଆ ମାନେ ମନୋସ୍କାମନା ପୂରଣ କରିବା ପାଇଁ ଭଗବାନ ଶିବଙ୍କର ଜଳାଭିଷେକ କରିଥାନ୍ତି । ଚଳିତ ବର୍ଷ ଶିବରାତ୍ରୀ ୩୦ ଜୁଲାଇରେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ୧୨ଟି ଶିବରାତ୍ରୀ ପାଳନ କରାଯାଇଥାଏ ସେଥିମଧ୍ୟରୁ ମୁଖ୍ୟ ମହାଶିବରାତ୍ରୀକୁ ହିଁ ପୂରା ଦେଶରେ ପାଳନ କରାଯାଏ । କିନ୍ତୁ ମହାଶିବରାତ୍ରୀ ବ୍ୟତିତ ଅ ନ୍ୟ ଶିବରାତ୍ରୀ ଗୁଡିକ ମଧ୍ୟରେ ଶ୍ରାବଣ ଶିବରାତ୍ରୀ ରହିଛି ଯାହା ଶ୍ରଦ୍ଧା ପୂର୍ବକ ଭକ୍ତ ମାନେ ପାଳନ କରିଥାନ୍ତି ।

କୁହାଯାଏ ଯେ, ଶ୍ରାବଣ ଶିବରାତ୍ରୀରେ ଶିବଙ୍କ ଆରଧନା କରିବା ଫଳରେ ଶାନ୍ତି, ରକ୍ଷା, ସୌଭାଗ୍ୟ ଏବଂ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ମାନ୍ୟତା ରହିଛି ଯେ, ଶ୍ରାବଣ ଶିବରାତ୍ରୀ କରିବା ଫଳରେ ମନୁଷ୍ୟର ସମସ୍ତ ପାପ ଦୂର ହୋଇଥାଏ । ଏହା ସହିତ ବିବାହ କରିନଥିବା ବ୍ୟକ୍ତି ଯଦି ଏହି ଶିବରାତ୍ରୀ ପାଳନ କରନ୍ତି େତେବେ ତାଙ୍କୁ ମନପସନ୍ଦର ବର କିମ୍ବା ବଧୂ ମିଳିଥାଏ ଏବଂ ଦାମ୍ପତ୍ୟ ଜୀବନ ଶୁଖମୟ ହୋଇଥାଏ ।

ପୂଜା ବିଦ୍ଧି
ଏହି ଦିନ ଭୋଳା ଶଙ୍କରଙ୍କୁ କ୍ଷୀର, ଦହି, ମହୁ, ଘିଅ, ଚିନି ଚନ୍ଦନ, କେଶରରେ ରୁଦ୍ରାଭିଷେକ କରିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More