Only for Entertainment

ଜାଣନ୍ତୁ ଦେଶର ନିଆରା ମନ୍ଦିର ସମ୍ପର୍କରେ ।

youtube
0 45

ଦୁନିଆରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା ଶୁଣିଲେ ହୁଏତ ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ଠିକ ସେହିଭଳି ଆଜି ଆମେ ଆପଣଙ୍କୁ ଭିନ୍ନ ମନ୍ଦିର ବିଷୟରେ କହିବୁ ଯାହା ଅନ୍ୟ ମନ୍ଦିର ଅପେକ୍ଷା ନିଆରା ଅଟେ ।

Chinese-temple-cover-Image

ଚାଇନିଜ କାଳୀ ମନ୍ଦିର- କୋଲକତାର ଟାଙ୍ଗରାରେ ୬୦ବର୍ଷରୁ ଉଦ୍ଧ୍ୱର୍ ପୂରୁଣା ଏହି ମନ୍ଦିର । ଏହି ସ୍ଥାନକୁ କେହି କେହି ଚାଇନା ଟାଉନ ମଧ୍ୟ କୁହନ୍ତି । ଏହି ମନ୍ଦିରକୁ ଆଖପାଖରେ ଥିବା ଚାଇନିଜ ମାନେ ପୂଜା କରିବା ଅର୍ଥେ ଆସିଥାଆନ୍ତି । ଏଠାକୁ ଦର୍ଶନ ପାଇଁ ଆସୁଥିବା ଳୋକ ମୁଖ୍ୟତଃ ବୌଦ୍ଧ ଏବଂ ଖ୍ରୀଷ୍ଟ ଧର୍ମର ଅଟନ୍ତି । ଏହି ମନ୍ଦିରର ଏକ ମୁଖ୍ୟ ବିଶେଷତ୍ୱ ରହିଛି । ଏଠାକୁ ଆସୁଥିବା ଭକ୍ତମାନେ ନୁଡୁଲ୍ସ, ଚାଇନିଜ ଡିସ, ଭାତ ଏବଂ ତରକାରୀ ପ୍ରସାଦ ଆକାରରେ ପ୍ରଦାନ କରିଥାଆନ୍ତି ।

sri-hidimba-devi-temple_1414653690ହିଡିମ୍ବା ମନ୍ଦିର- ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ମନ୍ଦିର । ଦେଶର ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରେ ଏହି ମନ୍ଦିର ସାମିଲ ଅଟେ । ଏହି ମନ୍ଦିରର ନିର୍ମାଣ ଜାପାନର ‘ପାଗୋଡା’ଭଳି । ଏହି ମନ୍ଦିର ୧୫୫୩ ମସିହାରେ ନିର୍ମିତ ହୋଇଥିଲା । ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ହୋଇଛି ।

l_devotion-system-change-atBrahma-Temple-pushkar-1487679153_835x547ବ୍ରହ୍ମା ମନ୍ଦିର- ବ୍ରହ୍ମାଙ୍କ ନାଁରେ ବିଶ୍ୱର ଏହା ଏକ ମାତ୍ର ମନ୍ଦିର ଯାହା ରାଜସ୍ଥାନର ପୁଷ୍କରରେ ଅବସ୍ଥିତ । ମୋଗଲ ଶାସକ ଓରଙ୍ଗଜେବଙ୍କ ଶାସନ କାଳରେ ମନ୍ଦିର ନଷ୍ଟ କରିବାର ଆଦେଶ ପରେ ଯେଉଁ ଏକ ମାତ୍ର ମନ୍ଦିର ରକ୍ଷା ପାଇଯାଇଥଲା, ତାହା ଏହି ମନ୍ଦିର ଅଟେ ବୋଲି ଇତିହାସରେ କୁହାଯାଇଛି । ଏହି ମନ୍ଦିରର ନିର୍ମାଣ ୧୪୦୦ଶତାବ୍ଦୀରେ  ହୋଇଥିଲା । ଏହି ମନ୍ଦିର ଆଗରେ ରହିଛି ଏକ ହ୍ରଦ ଯାହାର ନା ହେଲା ପୁଷ୍କର ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More